ଏସଆର-୭ ରକେଟ୍ ଉପରେ ପ୍ରସ୍ତୁତ ପ୍ରକଳ୍ପ ଯିବ ମହାକାଶ, ତିଆରି କରିଛନ୍ତି ଓଡିଶାର ୭ ଛାତ୍ରଛାତ୍ରୀ

Published By : Prameya-News7 Bureau | June 21, 2021 IST

କଳାହାଣ୍ଡି ୨୧।୬: ଏସଆର-୭ ରକେଟ୍ ଉପରେ ପ୍ରସ୍ତୁତ ପ୍ରକଳ୍ପ ଆମେରିକାର ନାସା ଦ୍ବାରା ମହାକାଶକୁ ଯିବା ପାଇଁ ମନୋନୀତ ହୋଇଛି । ଏହି ପ୍ରକଳ୍ପକୁ ଓଡିଶାର ୭ ଜଣ ଛାତ୍ରଛାତ୍ରୀ ଭୁବନେଶ୍ବରର ଟିଙ୍କର ଏକାଡେମୀ ତତ୍ତ୍ବାବଧାନରେ ପ୍ରକଳ୍ପ ତିଆରି କରିଛି ।  ଏହି ୭ ଜଣ କୁନି ମହାକାଶ ବୈଜ୍ଞାନିକ ମଧ୍ୟରେ ଅଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଖୁରସେଲଗୁଡାର ସାତ୍ତ୍ବିକ ପରାସର ବେହେରା ।  

{"id":469106,"sizeSlug":"large","linkDestination":"none"}

ଆମେରିକାର ନାସା ପକ୍ଷରୁ  ଆନୁଷ୍ଠିତ ଏହି ପ୍ରକଳ୍ପ ପ୍ରତିଯୋଗିତାରେ ଭାରତର ପ୍ରକଳ୍ପ ମନୋନୀତ ହୋଇଥିଲା । ଏଥରେ ସମଗ୍ର ବିଶ୍ବର ୭୩ଟି ଦେଶର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।  ଏହି ମନୋନୀତ ପ୍ରକଳ୍ପକୁ ଓଡିଶାର ୭ ଜଣ ଛାତ୍ରଛାତ୍ରୀ ସାତ୍ତ୍ବିକ ପରାସର ବେହେରା, ଏମ ସାଇ କ୍ରିଷ୍ଣା, ଋଷଭ ମିଶ୍ର, ଆରିୟନ ପଟ୍ଟନାୟକ, ଦ୍ବିପାୟନ ଜେନା, ଶିଭମ୍ ସୁନ୍ଦର ମହାକୁଡ ଓ ପ୍ରିୟା ସାହୁ ତିଆରି କରିଛି ।  କୋଭିଡ୍ କଟକଣା ଯୋଗୁଁ ସେମାନେ ନାସା ପରିଦର୍ଶନରେ ଯାଇପାରି ନଥିବାରୁ ଭର୍ଚୁଆଲ ମିଟରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।  ଯାହା ଓଡିଶା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମହାକାଶ ଗବେଷଣା କ୍ଷେତ୍ରରେ ଗୌରବର ବିଷୟ ।

{"id":469109,"sizeSlug":"large","linkDestination":"none"}

ଏହି ଗବେଷଣା ଦ୍ବାରା ମହାକାଶରେ ଛଡାଯାଉଥିବା ରକେଟରେ ଅନ୍ୟ ଯନ୍ତ୍ରାଂଶ ଯୋଡା ଯାଇପାରିବ  ବୋଲି ଗବେଷଣା କରାଯାଇଛି ।  ଯାହାର ଗବେଷଣାକୁ ଅନୁମୋଦନ କରିଛି ନାସା ।  ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ପାଠ ପଢୁଥିବା ସାତ୍ତ୍ବିକ ପରାସର ବେହେରା ଭବିଷ୍ୟତରେ ଏରୋପିକ ଇଞ୍ଜିନିୟର ଭାବେ କ୍ୟାରିୟର ଗଢିବାକୁ ଲକ୍ଷ୍ୟ ରଖିଛି ।  ତଥା ମଙ୍ଗଳ ଗ୍ରହ ଉପରେ ଗବେଷଣା କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରି ।  ଏହି ସଫଳତା ପାଇଁ ଜିଲ୍ଲା ବିଭିନ୍ନ ସ୍ତରରେ ସାତ୍ତ୍ବିକ ପରାସର ବେହେରାଙ୍କୁ ପ୍ରଶଂସା କରାଯାଉଛି ।  ତଥା ରାଜ୍ୟର ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ବରର ଟିଙ୍କର ଏକାଡେମୀର ମହାକାଶ କ୍ଷେତ୍ରରେ ଗବେଷଣାର ସୁଯୋଗ ସୃଷ୍ଟି କରିବା ପ୍ରଶଂସନୀୟ ।

{"id":469107,"sizeSlug":"large","linkDestination":"none"}

ସାଧାରଣତଃ ଛାତ୍ରଛାତ୍ରୀଙ୍କ ସରକାରୀ କିମ୍ବା ବେସରକାରୀ ଚାକିରୀ ପାଇଁ ଚିରାଚରିତ କ୍ୟାରିୟର ଗଠନ ମଧ୍ୟରେ ଲକ୍ଷ୍ୟ ସୀମିତ ରହିଥାଏ । ହେଲେ ସାତ୍ତ୍ବିକ ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ମହାକାଶ ଗବେଷଣା କ୍ଷେତ୍ରରେ ସଫଳତା ରାଜ୍ୟର ଅନ୍ୟ ମେଧାବୀ ଛାତ୍ରଛାତ୍ରୀ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.