NEET-JEE ଆୟୋଜନ ବିରୋଧରେ ସୁପ୍ରିମକୋର୍ଟ ଯିବେ ସାତ ରାଜ୍ୟ, ସୋନିଆଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୦୮: ନିଜ ଦଳ ଭିତରେ ଗୋଷ୍ଠୀକନ୍ଦଳର ସାମ୍ନା  କରୁଥିବା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବିରୋଧୀ ଦଳକୁ ଏକାଠି ଆଣିବା ଦିଗରେ ବଡ ପଦକ୍ଷେପ ନେଇଛନ୍ତି। ଏହି ଦିଗରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂରା ସମର୍ଥନ କରିଛନ୍ତି। କରୋନା କାଳରେ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଓ ନିଟ୍‌ର ଆୟୋଜନ ସମେତ ଅନେକ ପ୍ରସଙ୍ଗରେ ଦୁଇ ନେତା ପୂରା ବିରୋଧୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାକୁ ଚେଷ୍ଟା କରିଛନ୍ତି।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସାତ ବିରୋଧୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ  ବୈଠକରେ ପରୀକ୍ଷା ଓ ଜିଏସଟି ପ୍ରସଙ୍ଗ ଉପରେ ଆଲୋଚନା  ହୋଇଛି। ସମସ୍ତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ବୈଠକରେ ସାତ ରାଜ୍ୟର ମୁଖ୍ୟମନ୍ତ୍ରୀ ପରୀକ୍ଷା ଆୟୋଜନ ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଭର୍ଚୁଆଲ ବୈଠକରେ ସାମିଲ ହୋଇଥିଲେ। ତାଙ୍କ ଉପସ୍ଥିତିକୁ ନେଇ ପ୍ରଥମେ ଆଶଙ୍କା ପ୍ରକାଶ ପାଇଥିଲା।

wp:html /wp:html

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭର୍ଚୁଆଲ ମିଟିଂରେ ମୁଖ୍ୟମନ୍ତ୍ରୀଙ୍କୁ  ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ପାଇଁ ଏକଜୁଟ ହେବାକୁ ଆହ୍ଵାନ କରିଛନ୍ତି। ସେ କହିଛନ୍ତି ସମସ୍ତ ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ ଆମେ ପରୀକ୍ଷା ସ୍ଥଗିତ କରିବା ପାଇଁ ଏକ ସଙ୍ଗେ ସୁପ୍ରିମକୋର୍ଟ ଯିବାକୁ ପଡିବ ଏବଂ ଯେ ପର୍ଯ୍ୟନ୍ତ ଅବସ୍ଥାରେ ସୁଧାର ଆସିନାହିଁ ସେ ପର୍ଯ୍ୟନ୍ତ ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖାଯାଉ ବୋଲି ଦାବି କରିବାକୁ ପଡିବ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆମେରିକା ରିପୋର୍ଟର ଏକ ତଥ୍ୟ ଉଲ୍ଲେଖ କରିଛନ୍ତି। ଉଦ୍ଧବ କହିଛନ୍ତି ଆମେରିକା ରିପୋର୍ଟରେ ଏହା ଉଲ୍ଲେଖ ରହିଛି ସ୍କୁଲ ଖୋଲା ହେବା ପରେ ୯୭୦୦୦ ଛାତ୍ର-ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଯଦି ଏମିତି ସ୍ଥିତି ଉପୁଜେ  ତେବେ ଆମ କଣ କରିବା।

ବୈଠକରେ ସୋନିଆ ଗାନ୍ଧୀ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ରାଷ୍ଟ୍ରୀୟ ଶିକ୍ଷା ନୀତି ସମ୍ବନ୍ଧରେ ହୋଇଥିବା ଘୋଷଣାରେ ଆମକୁ ଚିନ୍ତା ପ୍ରକଟ କରିବା ଉଚିତ୍। ବିଦ୍ୟାର୍ଥୀ ଓ ପରୀକ୍ଷାର୍ଥୀଙ୍କ ସମ୍ବନ୍ଧିତ ସମସ୍ୟା ଉପରେ ମଧ୍ୟ କେନ୍ଦ୍ର ସରକାରଙ୍କ ଅବହେଳା ଆଭିମୁଖ୍ୟ ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.