Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନିଜ ସ୍ତ୍ରୀଙ୍କୁ ପୁଣି ବାହା ହୋଇଥିବା ସୁପରଷ୍ଟାର ଗୋବିନ୍ଦାଙ୍କ ବିଷୟରେ ୭ଟି ଗୋପନ କଥା ଜାଣନ୍ତୁ

1/08/2019 at 11:53 AM

ମୁମ୍ବାଇ୧|୭: ୯୦ ଦଶକର ବଲିଉଡ ସୁପରଷ୍ଟାର ଗୋବିନ୍ଦା ଆଜିକାଲି ପରଦାରେ କମ ଦେଖାଯାଉଥିଲେ ମଧ୍ୟ ସମସ୍ତଙ୍କ ଦିଲ୍‌ରେ ଏବେ ବି ସେହି କମେଡିଆନ ହୀରୋ ଭାବେ ରାଜ କରନ୍ତି। ଗୋଟେ ସମୟ ଥିଲା ଯେବେ ଗୋବିନ୍ଦା ଏକା ସହ ବଲିଉଡର ୫୦ଟି ଫିଲ୍ମ ସାଇନ୍‌ କରିଥିଲେ। ସେତେବେଳେ ସେ ହଲିଉଡର ସବୁଠୁ ବଡ ଫିଲ୍ମ ଅବତାରରେ ଅଭିନୟ କରିବାକୁ ମନା କରିଥିଲେ। ହଲିଉଡ ଇଣ୍ଡଷ୍ଟ୍ରି ଗୋବିନ୍ଦାଙ୍କୁ ଫିଲ୍ମ ଅବତାରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଦେଲେ ଗୋବିନ୍ଦା ମନା କରିଦେଇଥିଲେ।

ଇଂଡିଆ ଟିଭି ସୋ ଆପ କି ଅଦାଲତରେ ଗୋବିନ୍ଦା ନିଜର ବହୁ ଗୋପନ କଥାର ଖୁଲାସା କରିଥିଲେ। ହଲିଉଡର ଫେମସ ନିର୍ଦ୍ଦେଶକ ସୁମାର ଜେମ୍ସ କ୍ୟାମରୁନ୍‌ ତାଙ୍କୁ ଅବତାର ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ଅଫର ଦେଇଥିଲେ। କିନ୍ତୁ ଗୋବିନ୍ଦା ମନା କରିଥିଲେ କାରଣ ସେ ଚାହୁଁନଥିଲେ ଯେ, ତାଙ୍କ ଶରୀରେ ରଂଗ ଲଗାଯାଉ। ଫିଲ୍ମ ଅବତାରର ଟାଇଟଲ୍‌ ଗୋବିନ୍ଦା ଦେଇଥିଲେ। ଏହା ସହ ସେ ନିର୍ଦ୍ଦେଶକଙ୍କୁ କହିଥିଲେ ଯେ, ଆଗାମୀ ୭ ବର୍ଷ ଯାଏଁ ଏହି ଫିଲ୍ମ ସରିବ ନାହିଁ।   

ବଲିଉଡ ଅଭିନେତା ସନୀ ଦେଓଲଙ୍କ ଫିଲ୍ମ ଗଦର ଏକ ପ୍ରେମ କଥାର ଅଫର ପ୍ରଥମେ ଗୋବିନ୍ଦାଙ୍କୁ ଦିଆଯାଇଥିଲା। ଏଥିରେ ତାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେ କହିଥିଲେ ଯେ, ଗଦର ଫିଲ୍ମର ନିର୍ଦ୍ଦେଶକ ଅନୀଲ ଶର୍ମା ତାଙ୍କୁ ସ୍କ୍ରିପ୍ଟ ଶୁଣାଇବା ସମୟରେ ସେ ଅଭିନୟ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। କାରଣ ଫିଲ୍ମ ସ୍କ୍ରିପ୍ଟରେ ବହୁତ ଗାଳି ଥିଲା।    

୨୨ ବର୍ଷ ବୟସରେ ଗୋବିନ୍ଦା ପାଖାପାଖି ୫୦ଟି ଫିଲ୍ମ ସାଇନ୍‌ କରିଥିଲେ। ସୋରେ ସେ କହିଥିଲେ ଯେ, ଯେତେବେଳେ ସେ ୧୪ ବର୍ଷର ଥିଲେ ତାଙ୍କ ମାଆ ତାଙ୍କୁ ଗାୟତ୍ରୀ ମନ୍ତ୍ର ପଢିବା ପାଇଁ କହୁଥିଲେ। ସେଥିପାଇଁ ଗୋବିନ୍ଦା ୨୪ ଲକ୍ଷ ଥର ଗାୟତ୍ରୀ ମନ୍ତ୍ର ଜପିଥିଲେ। ତା ପୂର୍ବରୁ ସେ ହିରୋ ଭଳି ଦେଖାଯାଉନଥିଲେ କିନ୍ତୁ ମନ୍ତ୍ର ଜପିଲା ପରେ ସେ ହିରୋ ଭଳି ଦେଖାଗଲେ।

ଗୋବିନ୍ଦା ଫିଲ୍ମ କାହାଣୀ ଓ ସ୍କ୍ରିପ୍ଟ ବିଷୟରେ ନଜାଣି ଫିଲ୍ମ ସାଇନ୍‌ କରନ୍ତି ନାହିଁ। ସେ ପ୍ରଥମେ ବହୁତ ଗରିବ ଥିଲେ। ସେଥିପାଇଁ ସଂଘର୍ଷ କରିବା ସମୟରେ ଯେକୌଣସି ଅଫର ଆସୁଥିଲା ସେ ସାଇନ୍‌ କରିଦେଉଥିଲେ । କାରଣ ଫିଲ୍ମ ମିଳିବ କି ନାହିଁ ଏହା ଭାବି ସେ ସବୁ ପ୍ରସ୍ତାବ ଗ୍ରହଣ କରୁଥିଲେ।  

ଅନେକ ଫିଲ୍ମରେ ସେ ତାଙ୍କ ଭୁମିକା  ନିଜେ କ୍ରିଏଟ୍‌ କରିଥିଲେ। ଯେଉଁ ଫିଲ୍ମରେ ସେ ଯାହା ଚରିତ୍ରରେ ଅଭିନୟ କରୁଥିଲେ ସେ ରିୟଲ ଲାଇଫରେ ମଧ୍ୟ ତାହା ଅନୁଭବ କରିଥିଲେ। ଗୋଟେ ଉତ୍ସବରେ ଜଣେ କୁଲିଙ୍କୁ ଦେଖି ସେ କୁଲି ନଂ ୧ ଫିଲ୍ମରେ କୁଲି ଚରିତ୍ରରେ ଅଭିନୟ କରିବାର ଆଇଡିଆ ପାଇଥିଲେ। ଗୋବିନ୍ଦା ଲଗାତାର ୧୫ ଦିନ ଶୁଟିଂ କରି ରେକର୍ଡ କରିଥିଲେ।  

   Related Posts