Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଆଷ୍ଟ୍ରାଜେନେକା ଭ୍ୟାକସିନ୍‌ ନେଇ ୭ ଜଣଙ୍କ ମୃତ୍ୟୁ, ଟିକା ନେବାପରେ ରକ୍ତ ଜମାଟ ବାନ୍ଧୁଥିବାରୁ ଘଟୁଛି ଅଘଟଣ : ଚିନ୍ତାରେ ବିଶେଷଜ୍ଞ

3/04/2021 at 9:27 PM

ଲଣ୍ଡନ ୦୩/୦୪ : ଇଂଲଣ୍ଡରେ କରୋନା ଟିକା ନେଇସାରିବା ପରେ ରକ୍ତ ଜମାଟ ବାନ୍ଧିବା ଭଳି ସଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି । ୟୁକେ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆଷ୍ଟ୍ରାଜେନେକା ଭ୍ୟାକସିନ୍‌ ନେଇଥିବା ପ୍ରାୟ ବ୍ୟକ୍ତିମାନଙ୍କ ମଧ୍ୟରୁ ୩୦ ଜଣଙ୍କର ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କା ମୃତ୍ୟୁ ଘଟିଛି । ଯାହାକୁ ନେଇ ବିଶେଷଜ୍ଞମାନେ ଏବେ ଚିନ୍ତାରେ ପଡିଛନ୍ତି ।

ନ୍ୟୁଜ୍‌ ଏଜେନ୍ସି AFP ଅନୁଯାୟୀ, ଘଟଣାକୁ ନେଇ ବ୍ରିଟେନ୍‌ ମେଡିସିନ୍‌ ଏବଂ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଟିକା ନେବା ପରେ ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିଥିଲା ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଘଟିଛି ।

ବ୍ରିଟେନ୍‌ ସ୍ବାସ୍ଥ୍ୟ ବିଭାଗ କହିବା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮ ମିଲିୟନ ଲୋକଙ୍କୁ  ଆଷ୍ଟ୍ରାଜେନେକା ଭ୍ୟାକସିନ୍‌ ଦିଆସରିଲାଣି । ସେମାନଙ୍କ ମଧ୍ୟରୁ ମାତ୍ର ୩୦ ଜଣଙ୍କ ଶରୀରରେ ବ୍ଲଡ୍‌ କ୍ଲଟ୍‌ ଭଳି ସମସ୍ୟା ଦେଖାଦେଇଛି । ଇଂଲଣ୍ଡରେ ବର୍ତ୍ତମାନ ସୁଦ୍ଧା ୩୧ ମିଲିୟନ ଲୋକ ଫାଇଜର ଏବଂ ଆଷ୍ଟ୍ରାଜେନେକା ଭ୍ୟାକସିନ୍‌ ନେଇସାରିଲେଣି ।

   Related Posts