ଆତ୍ମହତ୍ୟା ନା ହତ୍ୟା ! ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ୭ଟି ପ୍ରଶ୍ନ

Published By : Prameya-News7 Bureau | July 02, 2020 IST

ମୁମ୍ବାଇ ୦୨/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ୧୮ ଦିନ ବିତି ଯାଇଛି । କିନ୍ତୁ ପୋଲିସ ହାତରେ କିଛି ଠୋସ ପ୍ରମାଣ ମିଳିନାହିଁ । ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏବେ ଯାଏଁ ପାସ୍ତା ହୋଇପାରିନାହିଁ । ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଫରେନସିକ ଟିମ ପତା କରିଛି ଯେ ନିଧନ ଦିନ ଜୁନ ୧୪ ତାରିଖ ସକାଳ ପାଖାପାଖି ୧୦ଟା ୧୫ ମିନିଟରେ ଗୁଗଲରେ ସେ ନିଜ ନାଁ ସର୍ଚ୍ଚ କରିଥିଲେ । ସେତେବେଳେ ସେ ନିଜ ସମ୍ପର୍କିତ କିଛି ନ୍ୟୁଜ ରିପୋର୍ଟ ଓ ଆର୍ଟିକଲ ପଢିଥିବା ଦାବି ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ଏତେ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତା ନିଜ ସମ୍ପର୍କରେ କଣ ଜାଣିବାକୁ ଚାହୁଁଥିଲେ ।

{"id":294904,"sizeSlug":"large"}

ନିକଟରେ ଅଭିନେତା ଶେଖର ସୁମନ କହିଥିଲେ ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ଗ୍ୟାଙ୍ଗଷ୍ଟର ହାତ ରହିଛି । ଏଥିପାଇଁ ସେ ଘଟଣାର ସିବିଆଇ ଯାଞ୍ଚ ଦାବି କରିଛନ୍ତି । ବିହାରର ବିରୋଧୀ ନେତା ତେଜସ୍ୱି ଯାଦବ ମଧ୍ୟ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚିଠି ଲେଖିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ କଥାବାର୍ତ୍ତା କରି ମାମଲାର ସିବିଆଇ ତଦନ୍ତ କରିବାକୁ ସେ ଚିଠିରେ ଲେଖିଛନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ସିବିଆ ତଦନ୍ତ ଦାବି ହେଉଛି । ଏହି ମୃତ୍ୟୁ ମାମଲାରେ ସୋସିଆଲ ମିଡ଼ିଆରେ କିଛି ପ୍ରଶ୍ନ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି ।

ପ୍ରଶ୍ନଗୁଡିକ ହେଲା-

୧. ଆତ୍ମହତ୍ୟା ପୂର୍ବ ରାତିରୁ ସେହି ବିଲଡିଙ୍ଗର ସମସ୍ତ ସିସିଟିଭି କାହିଁକି ବନ୍ଦ ଥିଲା ?

୨. ରାତିରେ ସୁଶାନ୍ତଙ୍କ କିଛି ବନ୍ଧୁ ତାଙ୍କ ଘରକୁ ଆସିଥିଲେ ଏବଂ ହୁଟିଙ୍ଗ ହେଉଥିଲା । ଡିପ୍ରେସନରେ ଥିଲେ ଜଣେ ହୁଟିଙ୍ଗ କାହିଁକି କରିବ କାରଣ ହୁଟିଙ୍ଗ ଜଣେ ଖୁସିରେ ଥିଲେ ହିଁ କରିବ ?

୩. ଆତ୍ମହତ୍ୟାର ୨ ଘଣ୍ଟା ପୂର୍ବରୁ ସେ ନିଜ ଫ୍ଲାଟରେ ନଥିଲେ ଏବଂ ଭଲ ମୁଡ଼ରେ ଥିଲେ । ଆଖପାଖ ଲୋକଙ୍କ ସହିତ ମଧ୍ୟ କଥା ହୋଇଥିଲେ ଯେ ବହୁତ ଗରମ ହେଉଛି । ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ବ୍ୟକ୍ତି ଗରମକୁ ନେଇ କାହିଁକି ଚିନ୍ତିତ ହେବ ?

{"id":294905,"sizeSlug":"large"}

୪. ତାଙ୍କ ଘରର ଡୁପ୍ଲିକେଟ ଚାବି ମଧ୍ୟ ଗାୟବ ଅଛି । ଯେଉଁ କୁର୍ତ୍ତା ବେକରେ ଲଗାଇ ସେ ଆତ୍ମହତ୍ୟା କରିଥିଲେ ସେଥିରେ ମଧ୍ୟ ସୁଶାନ୍ତଙ୍କ ୩ଟି ଆଙ୍ଗୁଠି ଚିହ୍ନ ଥିଲା । ଯଦି ସେ ଆତ୍ମହତ୍ୟା କରିଛନ୍ତି ତାହେଲେ କପଡାରେ କେବଳ ୩ଟି ଆଙ୍ଗୁଠିର ଚିହ୍ନ କାହିଁକି ?

୫. କପଡାରେ ମିଳିଥିବା ଚିହ୍ନ ବାମ ହାତର । ସେ ଲେଫ୍ଟଇ ନଥିଲେ ତାହେଲେ କେବଳ ବାମ ହାତ ସାହାଯ୍ୟରେ ଆତ୍ମହତ୍ୟା କିଭଳି କଲେ ?

୬. ଫାସୀ ଲଗାଇ ଆତ୍ମହତ୍ୟା କଲେ ଆଖି ବଡ ବଡ ହୋଇ ବାହାରକୁ ଚାଲିଆସେ ।ଜିଭ ବାହାରକୁ ବାହାରିଆସେ । ବେକରେ U ସେପ ହୋଇଥାଏ କିନ୍ତୁ ସୁଶାନ୍ତଙ୍କ ମୃତଦେହର ଯେଉଁ ଫଟୋ ସାମ୍ନାକୁ ସିଛି ସେଥିରେ ଏମିତି କିଛି ଲକ୍ଷଣ କାହିଁକି ନାହିଁ ?

୭. ଶୁଣିବାକୁ ମିଳିଛି ଯେ ସୁଶାନ୍ତ ନିଜ ଗାର୍ଲଫ୍ରେଣ୍ଡକୁ କହିଥିଲେ ଯେ ତାଙ୍କ ସହିତ ରିଲେସନସିପରେ ରହିଲେ ତାଙ୍କୁ ହତ୍ୟା କରିଦିଆଯିବ । ତାଙ୍କ ଗାର୍ଲଫ୍ରେଣ୍ଡ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ନିକଟତର ଥିଲେ । ମହେଶ ଭଟ୍ଟ ମଧ୍ୟ କେବେ ଦିନେ ସୁଶାନ୍ତ ସିଂହ ଆତ୍ମହତ୍ୟା କରିବା କଥା କହିଥିବା ସାମ୍ନାକୁ ଆସିଛି । ଏହା କିଭଳି ହୋଇପାରେ ? ଜଣେ ଆଗରୁ କେମିତି ଜାଣିବ ଯେ ଜଣେ ଆତ୍ମହତ୍ୟା କରିବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.