ଟିମ୍ ଇଣ୍ଡିଆର ୭ ଖେଳାଳି ପ୍ରଥମ ଥର ଖେଳିବେ ଟି-୨୦ ବିଶ୍ଵ କପ୍, ଏମିତି ରହିଛି ସେମାନଙ୍କର ପ୍ରଦର୍ଶନ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୦୮।୦୯: ଟି-୨୦ ବିଶ୍ଵ କପ୍‌ ପାଇଁ ବିସିସିଆଇ ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଦଳରେ ଏମିତି ସାତ ଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି, ଯେଉଁମାନେ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଖେଳିବାକୁ ଯାଉଛନ୍ତି। ଏଥିରେ କେଏଲ ରାହୁଲଙ୍କ ବ୍ୟତୀତ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ସାମିଲ। ଏହି ଖେଳାଳି ପ୍ରଥମ ଥର ବିଶ୍ଵ କପ୍‌ ଖେଳିବାକୁ ଯାଉଥିଲେ ମଧ୍ୟ ସେମାନଙ୍କର ରେକର୍ଡ ବହୁତ ଦମଦାର ରହିଛି। ଏମାନେ ବଡ ବଡ ଦଳକୁ ମୁସ୍କିଲରେ ପକାଇ ପାରନ୍ତି। ଆସନ୍ତୁ ଜାଣିବା ସେହି ୭ ଖେଳାଳି ଯେଉଁମାନେ ପ୍ରଥମ  ଟି-୨୦ ବିଶ୍ଵ କପ୍ ଖେଳିବାକୁ ଯାଉଛନ୍ତି।

କେଏଲ ରାହୁଲ

କେଏଲ ରାହୁଲ ଓପନିଂଠୁ ନେଇ ମଧ୍ୟକ୍ରମରେ ମଧ୍ୟ ବ୍ୟାଟିଂ କରିବାକ ସକ୍ଷମ। ସେ ଟି-୨୦ ଅନ୍ତର୍ଜାତୀୟରେ ୪୯ଟି ମ୍ୟାଚ୍‌ରେ ୪୦ ହାରରେ ୧୫୫୭ ରନ କରିଛନ୍ତି। ଏଥିରେ ୨ ଶତକ ଏବଂ ୧୨ ଅର୍ଦ୍ଧଶତକ ସାମିଲ୍। ଷ୍ଟ୍ରାଇକ ରେଟ୍ ୧୪୨ ରହିଛି, ଯାହା ଟି-୨୦ ଦୃଷ୍ଟିକୋଣରୁ ବହୁତ ଭଲ। ତାଙ୍କର ଓଭରଓଲ ଟି-୨୦ ରେକର୍ଡ ଦେଖିଲେ ୧୫୯ ମ୍ୟାଚ୍‌ରେ ୪୩  ହାରରେ ୫୧୭୩ ରନ କରିଛନ୍ତି। ଏଥିରେ ୪ ଶତକ ଏବଂ ୪୩ ଅର୍ଦ୍ଧଶତକ ସାମିଲ୍।

ସୂର୍ଯ୍ୟକୁମାର ଯାଦବ

ମଧ୍ୟକ୍ରମର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ମଧ୍ୟ ତାଙ୍କର ଟି-୨୦ ରେକର୍ଡ ବହୁତ ଭଲ ରହିଛି। ୩୦ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ୪ଟି ମ୍ୟାଚ୍‌ରେ ୪୬ ହାରରେ ୧୩୯ ରନ କରିଛନ୍ତି। ଏଥିରେ ୨ ଅର୍ଦ୍ଧଶତକ ସାମିଲ୍। ବ୍ୟାଟିଂରେ ଷ୍ଟ୍ରାଇକ୍‌ ରେଟ୍‌ ୧୭୦ ରହିଛି। ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ସଦସ୍ୟ। ତାଙ୍କର ଓଭରଅଲ ଟି-୨୦ କ୍ରିକେଟ୍ ଉପରେ ନଜର ପକାଇଲେ ସେ ୧୮୧ ମ୍ୟାଚ୍‌ରୁ ୩୨ ହାରରେ ୩୮୭୯ ରନ କରିଛନ୍ତି। ଏଥିରେ ୨୨ ଅର୍ଦ୍ଧଶତକ ସାମିଲ୍।

ରାହୁଲ ଚହର

୨୨ ବର୍ଷୀୟ ଏହି ଯୁବ ଲେଗ୍ ସ୍ପିନର ନିଜର ପ୍ରଦର୍ଶନରେ ସଭିଙ୍କୁ ପ୍ରଭାବିତ କରିଛନ୍ତି। ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି। ସେ ୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୨୦  ହାରରେ ୭ ଓ୍ଵିକେଟ୍ ନେଇଛନ୍ତି। ବୋଲିଂ ଇକୋନୋମି ୭.୫୦ ରହିଛି। ଓଭରଓଲ ଟି-୨୦ କ୍ୟାରିୟରରେ ସେ ୬୬ ମ୍ୟାଚ୍‌ରେ ୮୨ ଓ୍ଵିକେଟ୍ ନେଇଛନ୍ତି। ଥରୁଟିଏ ୪ ଓ୍ଵିକେଟ୍ ଏବଂ ଥରୁଟିଏ ୫ ଓ୍ଵିକେଟ୍ ନେଇଛନ୍ତି। ୧୪ ରନ ଦେଇ ୫ ଓ୍ଵିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଇଶାନ କିଶନ

୨୩ ବର୍ଷୀୟ ଏହି ବାମହାତୀ ଯୁବ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଇଶାନ କିଶନ ମଧ୍ୟ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଦମଦାର ପଦାର୍ପଣ କରିଛନ୍ତି। ସେ ୩ଟି ମ୍ୟାଚ୍‌ରେ ୪୦ ହାରରେ ୮୦ ରନ କରିଛନ୍ତି। ଏଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ୍। ଷ୍ଟ୍ରାଇକ୍ ରେଟ୍ ୧୪୫ ରହିଛି। ସେ ଓଭରଅଲ ଟି-୨୦ର ୧୦୩  ମୁକାବିଲାରେ ୨୮ ହାରରେ ୨୫୨୫ ରନ କରିଛନ୍ତି। ଏଥିରେ ୨ ଶତକ ଏବଂ ୧୩ ଅର୍ଦ୍ଧଶତକ ସାମିଲ୍।

ଅକ୍ଷର ପଟେଲ୍

ବାମହାତୀ ସ୍ପିନ ବୋଲର ଅକ୍ଷର ପଟେଲ୍ ୧୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୯ ଓ୍ଵିକେଟ୍ ନେଇଛନ୍ତି। ଇକୋନୋମି ୭ରୁ ତଳେ ରହିଛି। ସେ ଓଭରଅଲ ୧୫୬ ଟି-୨୦ରୁ ୧୩୩ ସଫଳତା ହାସଲ କରିଛନ୍ତି। ୨୧ ରନ ଦେଇ ୪ ଓ୍ଵିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ବରୁଣ ଚକ୍ରବର୍ତ୍ତୀ

ଅଫ ସ୍ପିନର ବରୁଣ ଚକ୍ରବର୍ତ୍ତୀ ୩ ଟି-୨୦ ଅନ୍ତର୍ଜାତୀୟରେ ୨ ଓ୍ଵିକେଟ୍ ହାସଲ କରିଛନ୍ତି। ଇକୋନୋମି ୬ରୁ କମ ରହିଛି। ୩୦ ବର୍ଷୀୟ ଏହି ବୋଲର ଓଭରଅଲ ୨୪ ଟି-୨୦ ମ୍ୟାଚ୍‌ରେ ୨୭ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.