IPL2020: ୭ ଖେଳାଳୀ ସେମାନଙ୍କ ବେସ୍ ପ୍ରାଇସ୍ ରଖିଲେ ୨ କୋଟି

Published By : Prameya-News7 Bureau | December 13, 2019 IST

କୋଲକାତା ୧୩।୧୨ : ଆଗାମୀ ୨୦୨୦ ଇଣ୍ଡିଅନ୍ ପ୍ରିମିୟର ଲିଗ୍(ଆଇପିଏଲ) ନିମନ୍ତେ ଡିସେମ୍ବର ୧୯ରୁ କୋଲକାତାରେ ହେବ ଖେଳାଳି ନିଲାମ।  ଚଳିତବର୍ଷ ଏହି ନିଲାମରେ ଫ୍ରାଞ୍ଚାଇଜ୍ ସମୁଦାୟ ୩୩୨ ଖେଳାଳୀଙ୍କ ଉପରେ ପଇସା ଲଗାଇବ । ଏଥିରେ ୭ ବିଦେଶୀ ଖେଳାଳୀ ସେମାନଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। 

wp:html /wp:html

ଏହି ଖେଳାଳୀମାନେ ନିଜ ବେସ୍ ପ୍ରାଇସ୍ ଘୋଷଣା କରିଛନ୍ତି
ଆଇପିଏଲ ସିଜିନ ଲାଗି ଚଳିତବର୍ଷ ୩୩୨ ଖେଳାଳୀଙ୍କୁ ପଞ୍ଜୀକୃତ କରାଯାଇଥିବା ବେଳେ  ୯୯୭ ଖେଳାଳୀଙ୍କ ମଧ୍ୟରେ ଚୟନ ହୋଇଛି। ଏଥିରେ ୧୮୬ଜଣ ଭାରତୀୟ ଖେଳାଳୀ ଥିବା ବେଳେ ୧୪୩ ଜଣ ବିଦେଶୀ ଖେଳାଳୀ ଅଛନ୍ତି । ଆସୋସିଏଟ୍ ସଦସ୍ୟ ୩ ଜଣ ଅଛନ୍ତି  । ୭ ବିଦେଶୀ ଖେଳାଳୀ ପେଟ୍ କମିଂସ, ଜୋଶ୍ ହେଜଲୱୁଡ୍, କ୍ରିସ୍ ଲିନ୍, ମିଶେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ୍, ଡେଲ୍ ଷ୍ଟେନ୍ ଓ ଏଞ୍ଜେଲୋ ମ୍ୟାଥ୍ୟୁଜ୍ ନିଜନିଜର ବେସ୍ ପ୍ରାଇସ୍ ସ୍ଥିର କରିଛନ୍ତି। ସେମାନେ ପ୍ରତ୍ୟେକ ନିଜର ବେସ୍ ପ୍ରାଇସ୍୨ କୋଟି ଟଙ୍କା  ରଖିଛନ୍ତି ।

{"id":197222,"sizeSlug":"large"}

ଉତ୍ଥପାଙ୍କ ବେସ୍ ପ୍ରାଇସ୍ ୧.୫ କୋଟି
ଚଳିତ ବର୍ଷ କୋଲକାତା ନାଇଟ୍ ରାଇଡର୍ସ ଟିମରୁ ରିଲିଜ କରାଯାଇଥିବା ରବିନ୍ ଉତ୍ଥପା ଏକମାତ୍ର ଭାରତୀୟ ଯିଏ ନିଜ ବେସ୍ ପ୍ରାଇସ୍ ୧.୫ କୋଟି ରଖିଛନ୍ତି । ଏହି ପରିମାଣର ବେସ୍ ପ୍ରାଇସ୍ ରଖିଥିବା ବିଦେଶୀ ଖେଳାଳୀଙ୍କ ମଧ୍ୟରେ ଇୟୋନ୍ ମୋର୍ଗନ, ଜେସନ ରୟ, କ୍ରିସ୍ ଭୋକ୍ସ, ଏଡମ ଜାମ୍ପା, ଶନ୍ ମାର୍ଶ, ଡେଭିଡ୍ ୱିଲେ, କେନ୍ ରିଚର୍ଡସନ୍ ଓ କାଇଲ୍ ଏବୋଟ୍ ଆଦି ଅଛନ୍ତି। 

{"id":197223,"sizeSlug":"large"}

ଏହି ଖେଳାଳିଙ୍କ ବେସ୍ ପ୍ରାଇସ୍ ରହିବ ୧ କୋଟି
ପିୟୁଷ ଚାୱଲା, ୟୁସୁଫ୍ ପଠାନ୍ ଓ ଜୟଦେବ ଉନାଦକଟଙ୍କୁ ମଧ୍ୟ ତାଙ୍କ ଫ୍ରାଞ୍ଚାଇଜ୍ ରିଲିଜ କରିଦେଇଛନ୍ତି । ଆଗାମୀ ନିଲାମୀ ନିମନ୍ତେ  ଏମାନେ ସମସ୍ତେ ନିଜ ବେସ୍ ପ୍ରାଇସ୍ ସ୍ଥିର କରିଛନ୍ତି। ସେମାନଙ୍କ ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ଥିବା ଜଣାପଡିଛି।  ବିଦେଶୀ ମାଟିର ଅନ୍ତର୍ଜାତୀୟ ଖେଳାଳୀଙ୍କ ମଧ୍ୟରେ ୯ ଜଣ ଏମିତି ଖେଳାଳୀ ଅଛନ୍ତି ଯିଏ ନିଜ ବେସ୍ ପ୍ରାଇସ୍ ୧.୫ କୋଟି ରଖିଛନ୍ତି ଏବଂ ୨୦ ଜଣ ନିଜ ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ରଖିଛନ୍ତି । ୧୬ ଜଣ ଖେଳାଳୀ ୭୫ ଲକ୍ଷ ଓ ୬୯ ଖେଳାଳୀଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରହିଛି ।

{"id":197224,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.