ବିରାଟ କୋହଲିଙ୍କଠାରୁ ରଶିଦ ଖାନଙ୍କ ଯାଏଁ, ଆଇପିଏଲର ୭ ଦମଦାର ଖେଳାଳି ଓ ସେମାନଙ୍କ ଆଦର୍ଶ

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ, ୧୮/୪ : ଚାଲିଛି ଆଇପିଏଲ । ଦେଶ ବିଦେଶର ବହୁ ନାମିଦାମୀ ଖେଳାଳି ଏହି ଫଟାଫଟ୍ କ୍ରିକେଟ ଖେଳୁଛନ୍ତି । ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ରୋହିତ ଶର୍ମା, ଜୋଫ୍ରା ଆର୍ଚର ଆଦି ଖେଳାଳି ଆଇପିଏଲରେ ନିଜର ଦବଦବା ଦେଖାଇ ସାରିଛନ୍ତି । ଏହାବ୍ୟତୀତ ଅନେକ ଦଳର ପୂର୍ବତନ ଖେଳାଳି ମଧ୍ୟ କୋଚ୍ ଓ ମେଣ୍ଟର ଭୂମିକାରେ ନଜର ଆସୁଛନ୍ତି । ତେବେ ବର୍ତ୍ତମାନ ଖେଳୁଥିବା କ୍ରିକେଟରଙ୍କ ଅନେକ ଆଡଲ୍ ବା ଆଦର୍ଶ ଅଛନ୍ତି । ଯାହାଙ୍କୁ ପାଥେୟ କରି ସେମାନେ କ୍ରିକେଟ ଖେଳି ଆସୁଛନ୍ତି । ଆସନ୍ତୁ ନଜର ପକାଇବା ୭ ପ୍ରମୁଖ ଖେଳାଳିଙ୍କ ଆଦର୍ଶର କ୍ରିକେଟରଙ୍କ ଉପରେ ।

ଷ୍ଟିଭ୍ ସ୍ମିଥ୍ ଓ ରିକି ପଣ୍ଟିଂ

ଅଷ୍ଟ୍ରେଲିୟ ଖେଳାଳି ତଥା ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଷ୍ଟିଭ୍ ସ୍ମିଥ୍ ଦିନିକିଆ ଓ ଟେଷ୍ଟରେ ଭଲ ପ୍ରଦର୍ଶନ କରନ୍ତି । ସେ ରିକି ପଣ୍ଟିଂଙ୍କ ନେତୃତ୍ୱରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ପଣ୍ଟିଂ ମଧ୍ୟ ସ୍ମିଥଙ୍କୁ ଅନେକ ସମୟରେ ପ୍ରଶଂସା କରନ୍ତି । ପଣ୍ଟିଂଙ୍କୁ ଆଦର୍ଶ ଭାବେ ମାନନ୍ତି ସ୍ମିଥ୍ ।

କାଗିସୋ ରାବଡା ଓ ଡେଲ୍ ଷ୍ଟେନ୍

ରାବଡା ଦିଲ୍ଲୀ କ୍ୟାପିଟାଲ୍ସ ଓ ଦକ୍ଷିଣ ଆଫ୍ରିକା ଜଣେ ଦମଦାର୍ ବୋଲର । ସେ ଅନେକ ବ୍ୟାଟସମ୍ୟାନଙ୍କ ପାଇଁ ଦୁଃସ୍ୱପ୍ନ । ତେବେ ରାବଡା ଦକ୍ଷିଣ ଆଫ୍ରିକା ବୋଲର ଡେଲ୍ ଷ୍ଟେନଙ୍କୁ ନିଜର ଆଦର୍ଶ ଭାବେ ମାନିଥାନ୍ତି ।

{"id":440232,"sizeSlug":"large","linkDestination":"none"}

ଜୋଫ୍ରା ଆର୍ଚର ଓ କ୍ରେଗ୍ କିଏସଓ୍ୱେଟର

ଜୋଫ୍ରା ଆର୍ଚର ଇଂଲଣ୍ଡ ଦଳର ଜଣେ ପ୍ରମୁଖ ବୋଲର । ସେ ଇଂଲଣ୍ଡର ପୂର୍ବତନ ଓ୍ୱିକେଟ୍ କିପର୍ ବ୍ୟାଟସମ୍ୟାନ କ୍ରେଗ୍ କିଏସଓ୍ୱେଟରଙ୍କୁ ନିଜର ଆଦର୍ଶ ଭାବେ ମାନିଥାନ୍ତି । କ୍ରେଗ୍ ୨୦୧୦ ଟି୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିଲେ । କ୍ରେଗଙ୍କ ସମ୍ମାନରେ ଜୋଫ୍ରା ମଧ୍ୟ ୨୨ ନମ୍ବର ଜର୍ସି ପିନ୍ଧିଥାନ୍ତି ।

{"id":440233,"sizeSlug":"large","linkDestination":"none"}

ରସିଦ ଖାନ ଓ ସାହିଦ ଆଫ୍ରିଦି

ଆଫଗାନିସ୍ତାନର ଲେଗ୍ ସ୍ପିନର ରଶିଦ ଖାନ ଆଇପିଏଲରେ ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳନ୍ତି ।ସେ ପାକିସ୍ତାନର ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କୁ ନିଜର ଆଦର୍ଶ ଭାବେ ମାନିଥାନ୍ତି ।

{"id":440234,"sizeSlug":"large","linkDestination":"none"}

ହାର୍ଦ୍ଦିକ ପାଣ୍ଡ୍ୟା ଓ ଇରଫାନ ପଠାନ

ଭାରତୀୟ ଦଳ ଓ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଦୁର୍ଦ୍ଦଶ ବ୍ୟାଟସମ୍ୟାନ୍ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟ । ବିପକ୍ଷ ଦଳର ସମସ୍ତ ବୋଲରଙ୍କୁ ସେ ଛକା ମାରିବାର କ୍ଷମତା ରଖିଥାନ୍ତି । ତାଙ୍କର ଆଦର୍ଶ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ।

{"id":440235,"sizeSlug":"large","linkDestination":"none"}

ବିରାଟ କୋହଲି ଓ ସଚିନ ତେନ୍ଦୁଲକର

ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନ୍  ହେଉଛନ୍ତି ବିରାଟ କୋହଲି । ସେ ସମସ୍ତ ଫର୍ମାଟରେ ଭଲ ଖେଳନ୍ତି । ସେ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥାନ୍ତି । ବିରାଟ ସର୍ବଦା ସଚିନଙ୍କୁ ପ୍ରଶଂସା କରିବା ସହ ଅନେକ ଟିପ୍ସ ନେଇଥାନ୍ତି ।

{"id":440236,"sizeSlug":"large","linkDestination":"none"}

ଜୋସ୍ ବଟଲର ଓ ଏବି ଡିଭିଲର୍ସ

ଲିମିଟେଡ୍ ଓଭର କ୍ରିକେଟରେ ଜୋସ୍ ବଟଲର ଜଣେ ପରିଚିତ ନାଁ । ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବିସ୍ଫୋରକ ବ୍ୟାଟସମ୍ୟାନ୍ ଏବି ଡିଭିଲର୍ସଙ୍କୁ ନିଜର ଆଦର୍ଶ ଭାବେ ମାନିଥାନ୍ତି ।

{"id":440239,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.