Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କରୋନା ମୁକାବିଲା ଆହୁରି କଡ଼ା: ଏକାଠି ହେବେ ନାହିଁ ୭ ଲୋକ, କ୍ୟାଣ୍ଟିନ- ହୋଟେଲ ଏବଂ ପରିବହନ ବ୍ୟବସ୍ଥାରେ ବି କଟକଣା

20/03/2020 at 9:09 PM

ଭୁବନେଶ୍ବର୨୦/୩: ସାରା ବିଶ୍ବରେ ୧୮୬ ଦେଶରେ ପ୍ରଭାବ ବିସ୍ତାର କରିଥିବା କରୋନାକୁ ନେଇ ଆମ ରାଜ୍ୟରେ ମଧ୍ୟ ବଢିଲା କଟକଣା। ଓଡିଶାରେ ଦ୍ବିତୀୟ ପଜିଟିଭ୍ କେଶ୍ ରିପୋର୍ଟ ହେବା ପରେ ରାଜ୍ୟରେ ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି। ସର୍ବସାଧାରଣ ସ୍ଥାନରେ ୭ ଜଣ ବ୍ୟକ୍ତି ଏକାଠି ହେବା ଉପରେ ଲାଗିଲା ଅଙ୍କୁଶ। SC/ST ହଷ୍ଟେଲ ଗୁଡ଼ିକୁ ମାର୍ଚ୍ଚ ୨୫ରୁ ଜୁନ୍ ୨୫ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

କରୋନା ବ୍ୟତୀତ ଅନ୍ୟ କୌଣସି ସରକାରୀ ମିଟିଂ ହେବ ନାହିଁ ବୋଲି ଘୋଷଣା କରାଯାଇଛି । ସେହିଭଳି  ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ୟାକ୍ସି, ଅଟୋରିକ୍ସା ଭଳି ପରିବହନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଜାରୀ ହୋଇଛି ।         

ରାଜ୍ୟରେ ୨ୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ୪୬ ଜଣ ବ୍ୟକ୍ତି । ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କୁ ଚିହ୍ନଟ କରାଯାଇ ଅବଜରଭେସନରେ ରଖାଯାଇଛି। ବାକି ୩ ଜଣଙ୍କୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଜାରି ରହିଛି  ବୋଲି ସୂଚନା ଦିଆଯାଇଛି।  ୨ୟ ପଜିଟିଭ ରୋଗୀଙ୍କ ବୟସ ୧୯ ବର୍ଷ ଏବଂ ସେ ଲଣ୍ଡନରୁ ଫେରିଥିବା ଜଣାପଡ଼ିଛି । ତେବେ ଏହି ରୋଗୀ ଏତେ ସଂଖ୍ୟକ ଲୋକଙ୍କ ସଂସ୍ପର୍ଶରେ କେମିତି ଆସିଲେ । ସେନେଇ ତନାଘନା ଆରମ୍ଭ ହୋଇଯାଇଛି।

ସେପଟେ, ଆଶ୍ବସ୍ତି ବିଷୟ ହେଉଛିଯେ, ପ୍ରଥମ ରୋଗୀଙ୍କ  ସ୍ବସ୍ଥ୍ୟାବସ୍ଥା ଭଲ ଅଛି । ତେବେ, ସରକାର କରୋନାର ଭୟାବହତାକୁ ଦେଖି ଅଧିକ କଟକଣା ଜାରି କରିଛନ୍ତି । ଆଜିଠାରୁ ବାହାରେ ୭ ଜଣ ଏକାଠି ହେବା ଏବଂ  ସର୍ବସାଧାରଣ ସ୍ଥାନରେ ୭ ଜଣ ଏକତ୍ର ବସିବା ଉପରେ କଟକଣା ଲାଗୁ କରାଯାଇଛି ।  ରାଜ୍ୟ ସରକାର ମଧ୍ୟ କରୋନା ଛଡା ଅନ୍ୟ କୌଣସି ସରକାରୀ ମିଟିଂ ହେବ ନାହିଁ ବୋଲି ଘୋଷଣା କରିଛନ୍ତି ।  ଏପରିକି କ୍ୟାବିନେଟ ମିଟିଂ ମଧ୍ୟ ଭିଡିଓ କନଫେରନ୍ସିଂ ମାଧ୍ୟମରେ କରାଯିବ ।

ସେପଟେ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ୟାକ୍ସି, ଅଟୋରିକ୍ସା ଭଳି ପରିବହନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଜାରୀ ହୋଇଛି । ଅଟୋ, ଟ୍ୟାକ୍ସି ଦିନେ ଛଡ଼ା ଦିନେ ଯାତାୟତ କରିବେ । ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । SC/ST  ଛାତ୍ରାବାସକୁ ମାର୍ଚ୍ଚ ୨୫ରୁ ଜୁନ ୧୫ ଯାଏ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଛାତ୍ରଛାତ୍ରୀଙ୍କୁ ୩ ମାସ ଆଗୁଆ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ।

ସେହିଭଳି ଭୁବନେଶ୍ବରରେ ମଧ୍ୟ କରୋନା ମୁକାବିଲା ପାଇଁ କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଡାକ୍ତର ଏବଂ ସ୍ବସ୍ଥ୍ୟକର୍ମୀଙ୍କ ସେବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ସଚେତନ ଏବଂ ସତର୍କତା ହିଁ ଏହି ମହାମାରୀ କବଳରୁ ରାଜ୍ୟକୁ ବଞ୍ଚାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  

   Related Posts