Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରକୃତିର କୋପ କମୁନି, ବଜ୍ରପାତ ଥମୁନି: ମା-ଝିଅଙ୍କ ସହ ଗଲା ୭ ଜୀବନ, ୧୫ ଦିନରେ ଶତାଧିକ ମୃତ୍ୟୁ

7/07/2020 at 9:46 PM

ପାଟନା ୦୭।୦୭: କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣ ମଧ୍ୟରେ ବିହାରରେ ବଜ୍ରପାତ ଲୋକଙ୍କ ପାଇଁ କାଳ ସାଜିଛି। ବିହାରରେ ମଙ୍ଗଳବାର ବଜ୍ରପାତରେ ୭ ଜଣଙ୍କ ପ୍ରାଣହାନୀ ଘଟିଛି। ଏହି ପରି ବିଗତ ୧୦ ଦିନରେ ରାଜ୍ୟରେ ବଜ୍ରପାତରେ ଅକାଳରେ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ  ଘଟିଲାଣି।

ବିହାର ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ଅନୁଯାୟୀ ବଜ୍ରପାତ କାରଣରୁ ମଙ୍ଗଳବାର ବେଗୁସରାୟରେ ୩ ଓ ଭାଗଲପୁର, ମୁଙ୍ଗେ, କେମୁର ଓ ଜମୁଇରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି। ବେଗୁସରାୟ ଜିଲ୍ଲାର ଦୁଇଟି ଥାନା ଅଞ୍ଚଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାର ଚୋରିଆ ବରିୟାପୁର ଥାନା ଅନ୍ତର୍ଗତ ଭିତିହାରାରାହି ଗାଁରେ ବଜ୍ରପାତରେ ମା ଓ ଝିଅଙ୍କ ଦୁଃଖକ ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ସୋନା ଦେବୀ(୪୮) ଓ ଝିଅର ନାମ କାଜଲ କୁମାରୀ(୧୮)।  ବିଜୁଳି ମାରିବାରୁ ଘଟଣାସ୍ଥଳରେ ହିଁ ମା-ଝିଅଙ୍କ ଅକାଳ ମୃତ୍ୟୁ ଘଟିଛି।

ବିହାରରେ ୧୫ ଦିନରେ ଗଲାଣି ୧୦୦ରୁ ଅଧିକ ଲୋକଙ୍କ ଜୀବନ

ଉଲ୍ଲେଖନୀୟ ବିହାରରେ ବଜ୍ରପାତରେ ଗତ ସପ୍ତାହରେ ୨୬ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ଜୁନ ୩୦ରେ ପାଞ୍ଚଟି ଜିଲ୍ଲାରେ ୧୧ ଜଣ ଓ ଜୁନ ୨୫ରେ ୨୨ ଜିଲ୍ଲାରେ ୯୬ ଜଣଙ୍କ ପ୍ରାଣହାନୀ ଘଟିଥିଲା।

   Related Posts