ପାକିସ୍ତାନ ପାଇଁ ଅଡୁଆ ବଢାଇଲେଣି ନିଜ ଆତଙ୍କବାଦୀ ସଙ୍ଗଠନ, ଆତଙ୍କୀଙ୍କ ବୋମା ବିସ୍ଫୋରଣରେ ୭ ପାକ୍ ଯବାନ ନିହତ

Published By : Prameya-News7 Bureau | May 19, 2020 IST

ଲାହୋର, ୧୯|୦୫:   ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ପାକ୍ ବାଲୋଚିସ୍ତାନର ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ଆତଙ୍କବାଦୀମାନେ ଯବାନଙ୍କୁ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲେ ।

ବାଲୋଚିସ୍ତାନ ହେଉଛି ସେହି ଅଞ୍ଚଳ ଯାହା ଉଭୟ ପାକିସ୍ତାନ ଓ ଚାଇନା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଚୀନ ୬୦ ବିଲିୟନ ଡାଲରର ଇକୋନୋମିକ୍ କରିଡର ତିଆରି କରୁଛି । ଏହାକୁ ଚୀନ ରାଜଧାନୀ ବେଜିଂ ସହ ସିଧାସଳଖ ସଂଯୋଗ କରାଯିବ । କିନ୍ତୁ କିଛି ବିଛିନ୍ନତାବାଦୀ ଏହି ପ୍ରକଳ୍ପକୁ ଗ୍ରହଣ କରିପାରୁ ନାହାଁନ୍ତି । ତେବେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ହିଁ ଏପରି କରିଥିବା କୁହାଯାଉଛି ।

ବାଲୋଚିସ୍ତାନର ପୀର୍ ଗାହିବରେ ସୋମବାର ବିଳମ୍ବିତ ରାତ୍ରରେ ହୋଇଥିବା ପ୍ରଥମ ବିସ୍ଫୋରଣରେ ୬ଜଣ ପାକ୍ ସୈନିକ ପ୍ରାଣ ହରାଇଥିବା ବେଳେ  ମାଣ୍ଡ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଆଉ ଜଣେ ଯବାନ ପ୍ରାଣ ହରାଇଛନ୍ତି । ତେବେ କୌଣସି ନିର୍ଦ୍ଦିଷ୍ଟ ଆତଙ୍କବାଦୀ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ତେବେ ପାକିସ୍ତାନର କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ବିସ୍ଫୋରଣରେ ସାମିଲ ଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.