୭ଟି ବିଷଧର ପଦ୍ମନାଗ ସାପ ଉଦ୍ଧାର

Published By : Prameya-News7 Bureau | July 26, 2020 IST

ବ୍ରହ୍ମପୁର୨୭/୭: ସ୍ଥାନୀୟ ମହା ନିଗମ ନଗର ପ୍ରଥମ ଲାଇନ ଅଞ୍ଚଳରୁ୭ ଗୋଟି ବିଷଧର ପଦ୍ମନାଗ ସାପ ଉଦ୍ଧାର ହୋଇଛି। କବିରାଜ ବେହେରାଙ୍କ ବାରିପଟେ ଥିବା କୂଅରେ ଏହି  ସାପ ଦେଖାଯିବା ପରେ  ଅଞ୍ଚଳର ଜଣାଶୁଣା ସାପ ଧରାଳି ବାବୁଲା ସେଠିଙ୍କୁ ଖବର ଦେଇଥିଲେ। ସେ  ଘଟଣା ସ୍ଥଳରେ ପହଁଞ୍ଚିବା ପରେ ଶୁଖିଲା ପଡ଼ିଥିବା କୂଅରେ ପାଣି ଭର୍ତ୍ତି କରାଯାଇ ସାପକୁ ଉଦ୍ଧାର କରାଯାଇଥିଲା। ସାପଗୁଡ଼ିକୁ ନିକଟସ୍ଥ ବାଇପାସ ରାସ୍ତାରେ ଛାଡିଥିବା ବାବୁଲା ସେଠି କହିଛନ୍ତି l ସୂଚନାଥାଉକି ବାବୁଲା ହୋମଗାର୍ଡ ଚାକିରୀ କରୁଥିବା ବେଳେ ସେ ଦୀର୍ଘ ୪ ବର୍ଷ ଧରି ସାପଧରା କାର୍ଯ୍ୟ ଜାରି ରଖିଛନ୍ତି। ଇତି ମଧ୍ୟରେ ସେ ଅଂଚଳରୁ  ପ୍ରାୟ ୩୦୦ ଉର୍ଦ୍ଧ୍ବ ସାପ ଧରିଲେଣି l ବିନା ମୂଲ୍ୟରେ ତାଙ୍କର ଏଭଳି ମହତ ସେବା କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି l. ବନ ବିଭାଗ ପକ୍ଷରୁ ସାପ ଧରିବା ପାଇଁ ଆବଶ୍ୟକ ଉପକରଣ ଯୋଗାଇଦେଲେ ଆହୁରି ଅଧିକ ସାପ ଧରିବାରେ ସହାୟକ ହୋଇପାରନ୍ତା ବୋଲି ବାବୁଲା କହିଛନ୍ତି l.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.