ସର୍ଭେ : ୧୦ଜଣରୁ ୭ଜଣ ଭାରତୀୟ ମହିଳା ସ୍ବାମୀଙ୍କୁ ଦେଇଥାନ୍ତି ଧୋକା !

Published By : Prameya-News7 Bureau | July 21, 2019 IST

ନୂଆଦିଲ୍ଲୀ ୨୧|୭: ଏକ ସାମାଜିକ ସଂଗଠନ ଓ ମ୍ୟାନେଜମେଣ୍ଟ କଲେଜ ତରଫରୁ ହୋଇଥିବା ସର୍ଭେରୁ ଜଣାପଡିଛି ଯେ, ଭାରତରେ ୧୦ ଜଣରୁ ୭ଜଣ ମହିଳା ସେମାନଙ୍କ ସ୍ବାମୀଙ୍କୁ ଧୋକା ଦେଇଥାନ୍ତି । ଏଥିପାଇଁ ବିଭିନ୍ନ କାରଣ ଦାୟୀ ବୋଲି ସଂପୃକ୍ତ ସର୍ଭେରେ କୁହାଯାଇଛି । ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ବେଙ୍ଗାଲୁରୁ ଆଦି କସ୍ମୋପଲିଟାନ ସହରରେ ଏହି ଧାରା ଅଧିକ ବୋଲି ମଧ୍ୟ ସର୍ଭେରେ କୁହାଯାଇଛି ।

ପରିବର୍ତ୍ତିତ ଜୀବନଶୈଳୀ ଓ ମହିଳାମାନେ ଅଧିକ ସ୍ବାଧୀନ ଚେତା ହେବା ଏଭଳି ପରିସ୍ଥିତି ପାଇଁ ମୁଖ୍ୟତଃ ଦାୟୀ  ବୋଲି ସର୍ଭେରୁ ଜଣାପଡିଛି । ଉପରୋକ୍ତ ସହର ଗୁଡିକରୁ ପାଖାପାଖି ୧୦ହଜାର ମହିଳାଙ୍କ ସାମ୍ପୁଲ ସର୍ଭେରୁ ଏହି ତଥ୍ୟା ସାମ୍ନାକୁ ଆସିଛି । ପ୍ରେମ ବିବାହ ହେଉ ବା ପ୍ରସ୍ତାବିତ ବିବାହ ଉଭୟ କ୍ଷେତ୍ରରେ ସମାନ ପରିସ୍ଥିତି ବୋଲି ମଧ୍ୟ ଜଣାପଡିଛି । ସର୍ଭେରେ ସାମିଲ ହୋଇଥିବା ୧୦ହଜାର ସାମ୍ପୁଲ ମଧ୍ୟରୁ ୪୯୩୮ ଜଣ ପ୍ରେମ ବିବାହ କରିଥିବା ମହିଳାଙ୍କ ମତାମତ ଆଧାରରେ ଏହି ନିଷ୍କର୍ସ ପ୍ରକାଶ ପାଇଛି । ସ୍ବାମୀଙ୍କୁ ଧୋକା ଦେବା ପାଇଁ ଯେଉଁ କାରଣ ଗୁଡିକ ଦାୟୀ ସେଗୁଡିକ ହେଲା

୧. ଘର କାମରେ ସ୍ବାମୀ ସହଯୋଗ ନକରିବା ।

୨. ଘର ବାହାରେ ସ୍ବାମୀଙ୍କର ଗୋପନୀୟ ସଂପର୍କ ରହିବା ସନ୍ଦେହ ।

୩. କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସ୍ତ୍ରୀକୁ ସ୍ବାମୀ ସମୟ ନଦେବା ।

୪. ସ୍ତ୍ରୀଠାରୁ ମାସ ମାସ ଧରି ସ୍ବାମୀ ନିଜ କାର୍ଯ୍ୟସ୍ଥଳରେ ଏକାକୀ ରହିବା ।  

୫. ସ୍ବାମୀଙ୍କ ଭିତରେ ସ୍ତ୍ରୀ ନିଜ ପରିକପ୍ଳିତ ମନର ମଣିଷର କୌଣସି ଗୁଣ ନପାଇବା ।

୬. ସ୍ତ୍ରୀ ଅନ୍ୟ କୁଃସଙ୍ଗ ଦ୍ବାରା ପ୍ରଭାବିତ ହେବା ।

୭. ନିଃସନ୍ତାନ ରହିବା ।

୮. ସ୍ବାମୀ ଅତ୍ୟଧିକ ମଦ୍ୟପାନ କରି ଶାରିରୀକ ନିର୍ଯ୍ୟାତନା ଦେବା ।

୯. ଗୁରୁତ୍ବପୂର୍ଣ୍ଣ ପାରିବାରିକ ନିଷ୍ପତ୍ତିରେ ସ୍ତ୍ରୀକୁ ସାମିଲ ନକରିବା ।

୧୦. ହୀନମନ୍ୟତାବୋଧ ଓ ସ୍ତ୍ରୀ ନିଜକୁ ଅସୁରକ୍ଷିତ ମଣିବା ।

୧୧. ସହବାସ ସୁଖର ଅଭାବ ।

ଏହିସବୁ ମୁଖ୍ୟ କାରଣ ବ୍ୟତୀତ କିଛି ମହିଳାଙ୍କ ଜୀବନରେ ବିବାହ ପୂର୍ବର ସଂପର୍କ ପୁଣି ଉଜ୍ଜୀବିତ ହେବା କାରଣ ମଧ୍ୟ ଦାୟୀ ବୋଲି ସର୍ଭେରୁ ଜଣାପଡିଛି । ଯେଉଁ ୩ ପ୍ରତିଶତ ମହିଳା ସ୍ବାମୀଙ୍କୁ କୌଣସି ପରିସ୍ଥିତିରେ ଧୋକା ଦେଇନଥାନ୍ତି ସେମାନଙ୍କ ସଂପର୍କରେ ମଧ୍ୟ ବହୁ ରୋଚକ ତଥ୍ୟ ହସ୍ତଗତ ହୋଇଛି । ଏହି ୩ ପ୍ରତିଶତ ମହିଳା ଅତ୍ୟଧିକ ଆତ୍ମାଭିମାନୀ, ଅହଂକାରୀ, ରୁକ୍ଷ ସ୍ବଭାବ ସମ୍ପନ୍ନ ହେବା ସାଙ୍ଗକୁ କିଛି ମହିଳା ଅଧିକ ଆଧ୍ୟାତ୍ମିକବାଦୀ ଓ ଧର୍ମଭୀରୁ ଥିବା ଜଣାପଡିଛି । ଏଥିସହ ଆନୁଗତ୍ୟ, କୃତଜ୍ଞ, ତ୍ୟାଗ ଓ ପ୍ରଚଣ୍ଡ ଭଲପାଇବା ପ୍ରବୃତ୍ତି ସମ୍ପନ୍ନ ମହିଳାମାନେ ଏହି ୩ ପ୍ରତିଶତର ଅନ୍ତର୍ଭୁକ୍ତ ।

  ସ୍ବାମୀଙ୍କୁ ଧୋକା ଦେଉଥିବା ୭୦ ପ୍ରତିଶତ ଭିତରୁ ଅର୍ଦ୍ଧାଧିକ ମହିଳା ପରିଣାମକୁ ଭ୍ରୁକ୍ଷେପ କରୁନଥିବା ସର୍ଭେ ବେଳେ ଜଣାପଡିଛି । ଏପରିକି ନିଜ ଇଚ୍ଛାକୁ ଚରିତାର୍ଥ କରିବା ପାଇଂ ଷଡଯନ୍ତ୍ର ଓ ଅପରାଧ ପ୍ରବଣତ ଏମାନଙ୍କ ଭିତରେ ରହିଥିବା ଅନୁଧ୍ୟାନ କରାଯାଇଛି । ଦୈହିକ ଓ ମାନସିକ ସୁଖ ଏମାନଙ୍କ ଜୀବନର ଚରମ ଲକ୍ଷ୍ୟ ।

ସର୍ଭେ ଅନୁସାରେ କର୍ମଜୀବୀଙ୍କ କ୍ଷେତ୍ରରେ ଏହି ହାର ଅଧିକ ବୋଲି ଜଣାପଡିଛି । ଅପରପକ୍ଷରେ ସଂପୃକ୍ତ ମହିଳାଙ୍କ ସ୍ବାମୀଙ୍କଠାରୁ ନିଆଯାଇଥିବା ମତାମତରୁ ଜଣାପଡିଛି ପାଖାପାଖି ୩୦ପ୍ରତିଶତ ପୁରୁଷ ନିଜ ସ୍ତ୍ରୀର ଧୋକା ସଂପର୍କରେ ଜ୍ଞାତ ଥିଲେ ମଧ୍ୟ ଲୋକଲଜ୍ଜା ଓ ଅନ୍ୟାନ୍ୟ କାରଣରୁ ସ୍ତ୍ରୀ ସହ ସାଲିସ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ସର୍ଭେରେ ସାମଗ୍ରିକ ନିଷ୍କର୍ସରେ କୁହାଯାଇଛି ଯେ, ନିଜ ପାର୍ଟନରଙ୍କୁ ଧୋକା ଦେବା କ୍ଷେତ୍ରରେ ମହିଳାଙ୍କଠାରୁ ପୁରୁଷମାନେ ଆଗରେ ରହିଛନ୍ତି । ତେବେ ଏହା ଏକ ବିକୃତ ସାମାଜିକ ସ୍ଥିତି ଆଡକୁ ବାଟ କଢାଉଛି ବୋଲି ମଧ୍ୟ ସର୍ଭେରେ କୁବାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.