ଆଜି ଚିହ୍ନଟ ହୋଇଥିବା ସାତ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ବାଲେଶ୍ୱର ଓ ୫ ଜଣ ଭଦ୍ରକର, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି

Published By : Prameya-News7 Bureau | April 20, 2020 IST

ଭୁବନେଶ୍ୱର ୨୦।୦୪: ରାଜ୍ୟରେ  ଚିହ୍ନଟ ହୋଇଥିବା ୭ ଜଣ କରୋନା ପଜିଟିଭ୍ ଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲ୍ଲାର ଓ ୨ ଜଣ ବାଲେଶ୍ବର ଜିଲ୍ଲାର ବୋଲି ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍  କରି ସୂଚନା ଦେଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ଟ୍ୱିଟ୍‌ ମାଧ୍ୟରେ ଜଣାଯାଇଛି ।

wp:core-embed/twitter {"url":"https://twitter.com/IPR_Odisha/status/1252082708785881089","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1252082708785881089
/wp:core-embed/twitter

ସୋମବାର ଦିନ ରାଜ୍ୟରେ ସାତ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଚ ହୋଇଥିବା ନେଇ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଓ୍ୱେବସାଇଟ୍‌ରେ ପ୍ରକାଶ କରିଥିଲା । କିନ୍ତୁ ସେମାନେ କେଉଁ ଜିଲ୍ଲାର ସେନେଇ ସବିଶେଷ ତଥ୍ୟ ଜଣାପଡିନଥିଲା । ତେବେ ଚିହ୍ନଟ ହେବାର କିଛି ସମୟରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସାତ ଜଣ ନୂଆ ସଂକ୍ରମିତଙ୍କ ଜିଲ୍ଲାର ତାଲିକା ପ୍ରକାଶ କରିଛି । ଆଜି ଚିହ୍ନଟ ହୋଇଥିବା ସାତ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପାଞ୍ଚ ଜଣ ଭଦ୍ରକ ଜିଲ୍ଲାର ଓ ଦୁଇ ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ତେବେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ବିଭାଗ ଟ୍ୱିଟ୍‌ ମାଧ୍ୟରେ ଜଣାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ହଜାର ୬୪୧ଟି ନମୁନା ପରୀକ୍ଷଣ କରାଯାଇଥିବା ବେଳେ ୧୦ ହଜାର ୫୭୩ଟି ରିପୋର୍ଟ ନେଗେଟିଭ ଆସିଛି ଏବଂ ୬୮ଟି ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ଭିତରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ ୪୩ଟି  ଆକ୍ଟିଭ କେସ୍  ରହିଛି । ଲଗାତର ତିନି ଦିନ ଧରି ରିପୋର୍ଟ ନେଗେଟିଭ ଆସିବା ପରେ ୧୮ ତାରିଖ ଦିନ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.