ବଲାଙ୍ଗୀର ଜିଲ୍ଲାରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
13/01/2021 at 10:56 PM

ବଲାଙ୍ଗୀର୧୩/୧: ବଲାଙ୍ଗୀର ଜିଲ୍ଲାରେ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ବଲାଙ୍ଗିର ମ୍ୟୁନିସିପାଲିଟି ଅଞ୍ଚଳରୁ ୱାର୍ଡ ନଂ.୯ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ୍ ଜାମଖୁଣ୍ଟା, ମୁଣ୍ଡପଦର ଓ ସିନ୍ଧେକେଲା ଗ୍ରା.ପ.ରୁ ଜଣେ ଲେଖାଏଁ, ଗୁଡ଼ଭେଲା ବ୍ଲକ ରୁଷୁଡ଼ା ଗ୍ରା.ପ.ରୁ ଜଣେ ଓ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧୪ରୁ ୨ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି । ତେବେ ଜିଲ୍ଲାରେ ଏବେ ୧୪୨ ଜଣ ଆକ୍ଟିଭ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।