କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ

Published By : Prameya-News7 Bureau | February 24, 2021 IST

ଲକ୍ଷ୍ନୌ ୨୪।୦୨: ଉତ୍ତରପ୍ରଦେଶ ମଥୁରା ଯମୁନା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । କାରକୁ ଧକ୍କା ଦେଇ ଓଲଟିପଡିଲା ଡିଜେଲ୍‌ ଟ୍ୟାଙ୍କର। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଆଗରାରୁ ନୋଏଡ଼ାକୁ ଯାଉଥିଲା ଏକ ଇନୋଭା କାର୍‌ । ମାଇଲଷ୍ଟୋନ୍‌ ୬୮ ନିକଟରେ ଏକ ତେଲ ଟ୍ୟାଙ୍କରଟି ଦ୍ରୁତ ଗତିରେ ଆସୁଥିଲା । ଟ୍ୟାଙ୍କରଟି ଅନିୟନ୍ତ୍ରିତ ହୋଇ ଅନ୍ୟପଟୁ ଆସୁଥିବା କାର୍‌କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ କି ଇନୋଭା ଗାଡିରେ ଥିବା ସମସ୍ତ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିଲେ ।

ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାରେ କାରଟି ଚୂନମାର ହୋଇଯିଥିବା ବେଳେ ଘଟଣାସ୍ଥଳରେ ହିଁ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଶବ ବ୍ୟବେଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ସମସ୍ତ ମୃତକଙ୍କ ପରିଚୟ ହସ୍ତଗତ ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.