ଟିକା ନେବା ପରେ ୩୦ ଜଣଙ୍କ ମୁଣ୍ଡରେ ବାନ୍ଧିଲା ରକ୍ତ ଜମାଟ, ୭ ମୃତ

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ ୦୪/୦୪: ଟିକା ନେବା ପରେ ପ୍ରାଣ ହରାଇଲେ ୭ ବ୍ରିଟେନ ନାଗରିକ । ବ୍ରିଟେନରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା କଂପାନି ଦ୍ୱାରା ପ୍ରସ୍ତୁତ କୋଭସିଲ୍ଡ ଟିକା ନେବା ପରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସେଠାକାର ମେଡିସିନ୍ସ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟାରୀ ଏଜେନ୍ସି ଶନିବାର ଏନେଇ ଘୋଷଣା କରିଛି ।

ଏଜେନ୍ସିର କହିବାନୁସାରେ, ଦେଶରେ ଯେତିକି ଲୋକଙ୍କୁ ଏହି ଟିକା ଦିଆଯାଇଥିଲା, ସେମାନଙ୍କ ଭିତରୁ ୩୦ ଜଣଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ସେମାନଙ୍କ ଭିତରୁ ୭ ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇସାରିଲାଣି ।

ସୂଚନାଯୋଗ୍ୟ, କୋଭିସିଲ୍ଡ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବାର ଅଭିଯୋଗ ଆସିବା ପରେ ୟୁରୋପର ଅନେକ ଦେଶରେ ଏହି ଟିକାର ଉପଯୋଗ ଉପରେ ବ୍ୟାନ୍‌ ଲଗାଯାଇଛି । ନେଦରଲ୍ୟାଣ୍ଡ ଶୁକ୍ରବାର ୬୦ ବର୍ଷରୁ କମ୍‌ ବୟସର ଲୋକଙ୍କୁ ଏହି ଟିକା ଦିଆଯିବ ନାହିଁ ବୋଲି ଘୋଷଣା କରିଛି । ଭାରତ ସରକାର କିନ୍ତୁ କୋଭିସିଲ୍ଡ ଟିକାକୁ ନିରାପଦ ବୋଲି ଦର୍ଶାଇଛନ୍ତି ଏବଂ ଏହାର ବ୍ୟବହାର ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.