ଦେଶର ୭ଟି ଭୟଙ୍କର ଜାଗା ଯେଉଁଠାକୁ ଏକା ଯିବା ମନା; ଜାଣନ୍ତୁ କେଉଁ କେଉଁ ଜାଗା

Published By : Prameya-News7 Bureau | December 27, 2018 IST

ଦୁନିଆରେ ଏମିତି ବହୁତ ଜାଗା ଅଛି ଯାହା ନିଜର ଅଲୌକିକ କାରବାର ଏବଂ ରହସ୍ୟ ପାଇଁ ପ୍ରସିଦ୍ଧ | ସାଧାରଣତଃ ଏହି ସବୁ ଜାଗାମାନଙ୍କରେ ଅଜବ ଅଜବ ଶବ୍ଦ, ଛାଇ, ଧୁଆଁ ଆଦି ଦେଖିବାକୁ ମିଳିଥାଏ | ଏମିତି ଅନେକ ଜାଗା ଭାରତରେ ମଧ୍ୟ ରହିଛି | ବର୍ଷ ବର୍ଷ ଧରି ଏହି ସବୁ ଜାଗା ରୋମାଂଚ ପସନ୍ଦ କରୁଥିବା ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛି | ଆସନ୍ତୁ ଜାଣିବା ଏମିତି କିଛି ଜାଗା ବିଷୟରେ ଯେଉଁଠି ରହିଛି ଅଲୌକିକ ଶକ୍ତି :

ଶିମଲା, ୩୩ ନମ୍ବର ଟନେଲ :-

{"id":67692}

ଏହି ଟନେଲ ଶିମଲା- କଲକାତା ରେଲୱେ ଟ୍ରାକ ମଧ୍ୟରେ ଅବସ୍ଥିତ | ଏହି ଟନେଲରେ ଅନେକ ପ୍ରେତାତ୍ମା ବୁଲୁଥିବା ବିଶ୍ୱାସ ରହିଛି | ଏହି ଟନେଲ ମଧ୍ୟରେ ଜଣେ ବିଦେଶୀଙ୍କ ଆତ୍ମା ରହିଛି ବୋଲି ବିଶ୍ୱାସ ରହିଛି | ଟନେଲ ଦେଇ ଗତି କରୁଥିବାବେଳେ ଏହି ବିଦେଶୀଙ୍କ ଆତ୍ମା କଥାବାର୍ତ୍ତା କରେ ବୋଲି କେହି କେହି କୁହନ୍ତି | ଏହି ଭୟଙ୍କର ଟନେଲ ଦେଇ ଲୋକେ ରାତିରେ ଯିବା ଆସିବା କରିବା ପାଇଁ ଭୟ କରିଥାନ୍ତି | ତେବେ ସେହି ଅଂଚଳର ଲୋକେ କୁହନ୍ତି ଯେ, ଟନେଲ ମଧ୍ୟରେ ଜଣେ ମହିଳାଙ୍କ ଆତ୍ମା ବୁଲୁଛି | ଏହି ଟନେଲ ଦେଇ ଗଲାବେଳେ ମହିଳା ଜଣକ ସିଗାରେଟ ଜଳେଇବା ପାଇଁ ଲାଇଟର ମଧ୍ୟ ମାଗିଥାନ୍ତି |

ରାଜସ୍ଥାନ, ଭାନଗଡ଼ ଦୁର୍ଗ :-

{"id":67693,"width":584,"height":439}

ରାଜସ୍ଥାନର ଭାନଗଡ଼ ଦୁର୍ଗ ସପ୍ତଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା | ଏହି ଦୁର୍ଗକୁ ଭାରତର ସବୁଠାରୁ ଭୟଙ୍କର ଦୁର୍ଗ ଭାବେ ଗଣନା କରାଯାଏ | ଜଣେ ଯାଦୁକର ରାଜକୁମାରୀଙ୍କ ପ୍ରେମରେ ପଡ଼ିଯାଇଥିବା କାହାଣୀକୁ ନେଇ ଦୁର୍ଗଟି ପ୍ରସିଦ୍ଧ | ତେବେ ଉଭୟ ରାଜକୁମାରୀ ଏବଂ ଯାଦୁକରଙ୍କ ସମ୍ପର୍କ ଥିଲା ଅଦ୍ଭୁତ | ଯାଦୁକର ଗୁଣିଗାରେଡିରେ ମଧ୍ୟ ନିପୁଣ ଥିଲେ | ସେ ରାଜକୁମାରୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାପାଇଁ କିଛି ଯାଦୁ କରିଥିଲେ | ଏନେଇ ରାଜକୁମାରୀ ଜାଣିବାକୁ ପାଇଥିଲେ ଏବଂ ଯାଦୁକରକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ | ଯାଦୁକର ରାଜକୁମାରୀଙ୍କ ହତ୍ୟା ଯୋଜନା ବିଷୟରେ ଜାଣିପାରିଥିଲେ ଏବଂ ମାରିବା ପୂର୍ବରୁ ସେହି ଦୁର୍ଗରେ ଏକା ଅପରାଧିକ ଷଡଯନ୍ତ୍ର କରିଥିଲେ | ଏମିତି କାହାଣୀ ଜଡିତ ଥିବା ଏହି ଦୁର୍ଗ ପୈଶାଚିକ ତାଣ୍ଡବ ପାଇଁ କୁକ୍ଷାତ । ଏହି ଦୁର୍ଗ ଭୟଙ୍କର ହୋଇଥିବା ସତ୍ୱେ ଏହାକୁ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ମିଳିଛି ଓ ବହୁ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି |

ଦିଲ୍ଲୀ, ଜମାଲି କମଳୀ ମସଜିଦ :-

{"id":67694}

ଦିଲ୍ଲୀର ଜମାଲି କମଳୀ ମସଜିଦକୁ ମଧ୍ୟ ଭୟଙ୍କର ସ୍ଥାନର ଆଖ୍ୟା ଦିଆଯାଇଛି | ମସଜିଦ ପରିସରରେ ଅନେକ ଜିନଙ୍କ ଆତ୍ମା ଘୁରି ବୁଲୁଥିବା କୁହାଯାଏ | ତେବେ ମସଜିଦର ଯେଉଁ ଜାଗାରେ ଛିଡା ହେଲା ମଧ୍ୟ ପାଖରେ କେହି ଜଣେ ଛିଡା ହୋଇଥିବା ଭଳି ଅନୁଭୂତ ହୋଇଥାଏ | ଏହି ମସଜିଦକୁ ନେଇ ଦୀର୍ଘ ଦିନରୁ ଅନେକ ଭୟଙ୍କର କାହାଣୀ ଶୁଣିବାକୁ ମିଳେ | ମସଜିଦ ଭିତରେ ବିଭିନ୍ନ ପ୍ରକାର ଶବ୍ଦ ଶୁଣାଯାଇଥାଏ | ଏହା ସହ ପଶୁପକ୍ଷୀଙ୍କ ରାବ ଏବଂ ଲାଇଟ ମନକୁ ମନ ଧପଧପ ହେବା ଭଳି ଅଲୌକିକ ଜିନିଷ ଦେଖିବାକୁ ମିଳିଥାଏ |

ହାଇଦ୍ରାବାଦ, ରାମୋଜୀ ଫିଲ୍ମ ସିଟି :-

{"id":67696}

ଶୁଣିବାକୁ ଟିକେ ଅଜବ ଲାଗୁଥିବା ନିଶ୍ଚୟ ଯେ, ଫିଲ୍ମ ସିଟି ମଧ୍ୟ କେବେ ଭୟଙ୍କର ହୋଇଥାଇପାରେ | କିନ୍ତୁ ଏହା ସତ | ରାମୋଜୀ ଫିଲ୍ମ ସିଟି ଏକ ଷ୍ଟୁଡିଓ ଯେଉଁଠାରେ ବିଭିନ୍ନ ଫିଲ୍ମ ସୁଟିଂ ହୋଇଥାଏ | ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଅନେକ ଅଲୌକିକ ଘଟଣା ଦେଖିବାକୁ ମିଳିଥାଏ | ସେଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାମୋଜୀ ଫିଲ୍ମ ସିଟି ନିର୍ମାଣ ହେବା ପୂର୍ବରୁ ସେଠାରେ ଏକ ଯୁଦ୍ଧ ଭୂମି ଥିଲା | ନିଜାମ ଶାସନ କାଳରେ ସେଠାରେ ଯୁଦ୍ଧ ହୋଇଥିଲା | ଯୁଦ୍ଧରେ ଅନେକ ସୈନିକଙ୍କ ମୃତ୍ୟୁ ହୋଇଥିଲା | ସେହି ସୈନିକଙ୍କ ଅତୃପ୍ତ ଆତ୍ମା ଘୁରି ବୁଲୁଥିବା କୁହାଯାଏ | ତେବେ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ଫିଲ୍ମ ସୁଟିଂ ବେଳେ ଏଠାରେ ଅଲୌକିକତା ଅନୁଭବ କରିଛନ୍ତି | ଏପରିକି ଡ୍ରେସିଂ ରୁମରେ ଅଚାନକ କବାଟ ମନକୁ ମନ ବନ୍ଦ ହୋଇଯାଏ, ଅଜବ ଅଜବ ଶବ୍ଦ ଶୁଣାଯାଏ, ଚାଲିଲାବେଳେ ଲାଗେ ସତେ ଯେମିତି କିଏ ସାଙ୍ଗରେ ଚାଲୁଛି |

କୋଲକାତା, ଜାତୀୟ ପାଠାଗାର :-

{"id":67697}

କୋଲକାତାର ନେସନ୍ୟାଲ ଲାଇବ୍ରେରୀ ବା ଜାତୀୟ ପାଠାଗାର ନିଜର ବହି ସଂଗ୍ରହ ପାଇଁ ପ୍ରସିଦ୍ଧ | ଅତୀତରେ ଏହି ପାଠାଗାର ଅନେକ ଅଦ୍ଭୁତ ଘଟଣା ମଧ୍ୟ ଘଟିଛି | ଜଣେ ଇଂଲଣ୍ଡର ଛାତ୍ର ବହି ଖୋଜୁଥିବାବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ନିଜ ପ୍ରାଣ ହରାଇଥିଲେ | ତେବେ ଦୁର୍ଘଟଣାର କାରଣ ଜଣାପଡ଼ିନଥଲା | ପାଠାଗାରରେ ଜଣେ ବଙ୍ଗାଳି ଛାତ୍ରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି |

ଗୁଜରାଟ, ଡ଼ୁମାସ ବେଳାଭୂମି :-

{"id":67698}

ଏହି ବେଳାଭୂମି ସୁରଟ ନିକଟରେ ଅବସ୍ଥିତ | ସୁରଟ ହେଉଛି ଗୁଜରାଟର ଏକ ଉନ୍ନତ ସହର | ତେବେ ଏହି ବେଳାଭୂମିରେ ରାତି ସମୟରେ ଲୋକେ ବୁଲୁଥିବାବେଳେ ଅଚାନକ ରହସ୍ୟମୟ ଭାବେ ଗାୟବ ହେଇଯାଉଥିବା ଶୁଣିବାକୁ ମିଳିଛି | ଗାୟବ ହେଉଯାଉଥିବା ଏହି ଲୋକଙ୍କ କୌଣସି ପତ୍ତା ମଧ୍ୟ ମିଳିନଥାଏ | ସେ ଲୋକମାନେ କୁଆଡେ ଗାୟବ ହୋଇଯାଆନ୍ତି ତାହା ଆଜି ମଧ୍ୟ ରହସ୍ୟ ହୋଇ ରହିଛି |

ତାମିଲନାଡୁ, ଫର୍ଣ୍ଣହିଲ ହୋଟେଲ :-

{"id":67700}

ତାମିଲନାଡୁର ଏହି ହୋଟେଲରେ ଅନେକ ଫିଲ୍ମ ସୁଟିଂ ହୋଇଥାଏ | ଫିଲ୍ମ ସୁଟିଂ ପାଇଁ ଏହି ହୋଟେଲ ଜଣାଶୁଣା | ଗୋଟିଏ ରାତିରେ ସୁଟିଂ ସାରି ଶୋଇଥିବା ବେଳେ କୋରିଓଗ୍ରାଫର ଏବଂ ଡ୍ୟାନ୍ସରଙ୍କ ରୁମ ଉପରେ ଥିବା ଫ୍ଲୋରରେ ଆସବାବପତ୍ର ଘୁରି ବୁଲୁଥିଲା ଏବଂ ଏପଟ ସେପଟ ହେଉଥିବା ଯୋଗୁଁ ସେମାନେ ରାତି ସାରା ଶୋଇପାରିନଥିଲେ | ଏନେଇ ସେମାନେ ସକାଳେ ହୋଟେଲ ମ୍ୟାନେଜରଙ୍କୁ ଅଭିଯୋଗ କରିଥିଲେ | ଅଭିଯୋଗ ଶୁଣି ହୋଟେଲ ମ୍ୟାନେଜର ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କାରଣ ଯେଉଁ ଫ୍ଲୋରରେ କୋରିଓଗ୍ରାଫର ଏବଂ ଡ୍ୟାନ୍ସର ରହୁଥିଲେ ତା' ଉପରକୁ ଆଉ ଫ୍ଲୋର ହିଁ ନଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.