ରାଜଧାନୀରେ ଆଉ ୭ କୋଭିଡ ପଜିଟିଭ୍: ୪ ରେଲଓ୍ୱେ କର୍ମଚାରୀ କ୍ୱାରେଣ୍ଟାଇନରେ ଥିଲେ, ଅନ୍ୟ ୩ ଜଣ ସ୍ଥାନୀୟ ସଂକ୍ରମିତ

Published By : Prameya-News7 Bureau | June 19, 2020 IST

ଭୁବନେଶ୍ୱର, ୧୯|୦୬:  ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୩ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

କ୍ୱାରେଣ୍ଟାଇନରେ ରହିଥିବା ୪ଜଣ ସଂକ୍ରମିତ ହେଉଛନ୍ତି ରେଳବାଇ କର୍ମଚାରୀ । ସେମାନଙ୍କ ବୟସ ଯଥାକ୍ରମେ ୩୮,୩୦, ୩୪ ଓ ୩୧ । ସେମାନେ ନିକଟରେ ଦିଲ୍ଲୀରୁ ଫେରିଥିଲେ ।

wp:html /wp:html

ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ଡୁମଡୁମା ହାଉସିଂ ବୋର୍ଡ କଲୋନୀର ଗୋଟିଏ ପରିବାରର ଜଣେ ୪୫ ବର୍ଷର ମହିଳା ଓ ୧୦ ବର୍ଷର ଶିଶୁ । ଉଭୟ ନିକଚରେ ଗଞ୍ଜାମରୁ ଫେରିଥିଲେ । ଆଉ ଜଣେ ସଂକ୍ରମିତ ହେଉଛନ୍ତି ୩୧ ବର୍ଷୀୟା ମହିଳା । ସେ ରାଜଧାନୀର ଏକ ଘରୋଇ କ୍ଲିନିକର କର୍ମଚାରୀ ବୋଲି ବିଏମସି ଟ୍ୱିଟ୍ କରି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.