ଗଠନ ହେଲା ୭ଜଣିଆ ସେବାୟତ କମିଟି : କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ

Published By : Prameya-News7 Bureau | April 21, 2021 IST

ପୁରୀ ୨୧।୪: ପୁରୀ ନୀଳାଚଳ ଭକ୍ତ ନିବାସ କୋଭିଡ୍ କେୟାର ସେଣ୍ଟରରେ ଥିବା ସମସ୍ତ ବେଡରେ ଅକ୍ସିଜେନ ରହିବ ।  କୋଭିଡ୍ ସ୍ଥିତି ନେଇ ବସିଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ସୂଚନା ପ୍ରଦାନ କରାଯାଇଛି ।  ଆସନ୍ତା ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ସେବାୟତଙ୍କୁ ଟିକା ଦିଆଯିବ । ଖୁବ ଶୀଘ୍ର ସେବାୟତଙ୍କ ସହ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ । ରଥ କାର୍ଯ୍ୟରେ ନିୟୋଜିତ ସେବାୟତ ମଧ୍ୟ ଟିକା ନେବେ । ପ୍ରତି ସେବାୟତଙ୍କ ପରିବାରର ଟ୍ରାକିଙ୍ଗ କରାଯିବ । କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ସେନେଇ ବ୍ୟବସ୍ଥା କରାଯିବ । ଏଥିପାଇଁ ୭ ଜଣିଆ ସେବାୟତ କମିଟି ଗଠନ ହୋଇଛି । ଏସବୁ ଉପରେ ସେମାନେ ନଜର ରଖିବେ ।

ଶ୍ରୀମନ୍ଦିରରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ନୀଳାଦ୍ରି ଭକ୍ତନିବାସରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ । ବୈଠକରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ଓ ନୀତି ପ୍ରଶାସକ ଓ କୋଭିଡ୍ କମିଟି ସଦସ୍ୟ ଉପସ୍ଥିତ ଥିଲେ। କୋଭିଡ୍ ସ୍ଥିତିକୁ ନେଇ ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ହୋଇଥିବାରୁ ଶ୍ରୀମନ୍ଦିର ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା କରାଯାଉଛି। ଆଗକୁ ଚନ୍ଦନଯାତ୍ରା ଓ ରଥଯାତ୍ରା ଥିବାରୁ କିଭଳି ତାହା ପାଳନ କରାଯିବ ସେନେଇ ଆଲୋଚନା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.