୪ ରାଜ୍ୟରେ ୭ଟି ମାରାଥନ୍‌ ରାଲି : ୩୬ ଘଣ୍ଟାରେ ୫ ହଜାର କିଲୋମିଟର ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | April 01, 2021 IST

ନୂଆଦିଲ୍ଲୀ ୦୧/୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ମାରାଥନ ନିର୍ବାଚନୀ ସଭା କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୩୬ ଘଣ୍ଟା ମଧ୍ୟରେ ପ୍ରାୟ ୫ହଜାର କିଲୋମିଟର ଯାତ୍ରା କରିବେ । ଏହି ଯାତ୍ରା ମଧ୍ୟରେ ଅନେକଗୁଡିଏ ରାଲିକୁ ସମ୍ବୋଧିତ କରିବେ ମୋଦି । ଦିଲ୍ଲୀ ରୁ ଆସାମ, ଆସାମ ରୁ ପଶ୍ଚିମବଙ୍ଗ, ପଶ୍ଚିମବଙ୍ଗ ରୁ ତାମିଲନାଡୁ ଏବଂ ତାମିଲନାଡୁ ରୁ କେରଳ ନିର୍ବାଚନୀ ରାଲି କରିବା ନେଇ ସୂଚନା ମିଳିଛି । ଏ ନେଇ ବିଜେପି ମିଡିଆ ସେଲ ସଂଯୋଜକ ଅନିଲ ବଲୁନୀ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ।

ଟ୍ବିଟ୍‌ କରି ବଲୁନୀ ଲେଖିଛନ୍ତି ଯେ, ‘ଦିଲ୍ଲୀ ରୁ ଆସାମ, ଆସାମ ରୁ ପଶ୍ଚିମବଙ୍ଗ, ପଶ୍ଚିମବଙ୍ଗ ରୁ ତାମିଲନାଡୁ ଏବଂ ତାମିଲନାଡୁ ରୁ କେରଳ ୩୬ ଘଣ୍ଟାରେ ପ୍ରାୟ ୫ହଜାର କିଲୋମିଟର ନିର୍ବାଚନୀ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାହିଁ ହେଉଛି ପରିଶ୍ରମର ପରାକାଷ୍ଠା ।’

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସନ୍ତା ୩୬ ଘଣ୍ଟାର କାର୍ଯ୍ୟକମ୍ର କଥା କହିବାକୁ ଗଲେ, ଗୁରୁବାର ସକାଳ ୮ଟା୩୦ରେ ସେ ଆସାମରେ ଗୌହାଟୀ ପହଞ୍ଚିଥିଲେ । ସେଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ପରେ ତାମିଲନାଡୁ ଯିବାର କାର୍ଯ୍ୟକ୍ରମ ଥିଲା ।

ତାମିଲନାଡୁରେ ପହଞ୍ଚି ମୀନାକ୍ଷୀ ମନ୍ଦିର ଦର୍ଶନ କରିବାପରେ ମଦୁରେ ରେ ରାତ୍ରିଯାପନ କରିବାର କାର୍ଯକ୍ରମ ରହିଛି । ଶୁକ୍ରବାର ଦିନ ତାମିଲନାଡୁ ଏବଂ କେରଳରେ ୪ଟି ରାଲିଙ୍କୁ ସମ୍ବୋଧିତ କରିବେ ମୋଦି । ଏହାରି ମଧ୍ୟରେ ୨ ଥର ତାମିଲନାଡୁ ଏବଂ ୨ ଥର କେରଳ ଗସ୍ତ କରିବେ ।

୩୬ ଘଣ୍ଟା ମଧ୍ୟରେ ମୋଦି ୭ଟି ମାରାଥନ ରାଲି କରିବେ । ତେଣୁ ଏହାକୁ ଦେଖିବାକୁ ଗଲେ ମୋଦି ୩୬ ଘଣ୍ଟାରେ ମୋଟ ୫ ହଜାର କିଲୋମିଟର ଯାତ୍ରା କରିବେ । ଏହା ପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ ରହିଛି । ପଶ୍ଚିମବଙ୍ଗରେ ମୋଦି ୩ଟି ରାଲିକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.