ପୋଲିସ-ମାଓବାଦୀ ଗୁଳିବିନିମୟ, ପୋଲିସ ଗୁଳିରେ ୭ ନକ୍ସଲ ମୃତ

Published By : Prameya-News7 Bureau | August 03, 2019 IST

ରାଜନନ୍ଦଗାଓଁ ୩|୮: ଛତିଶଗଡରେ ମାଓବାଦୀ ସଂଗଠନକୁ ଝଟକା । ଆଜି ସକାଳେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ୭ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଡିଜି ପି.ଏମ୍  ଅଗସ୍ତି ସୂଚନା ଦେଇଛନ୍ତି । ଆଜି ସକାଳେ ରାଜନନ୍ଦଗାଓଁ ଅନ୍ତର୍ଗତ ସୀତାଗୋଟା ଜଙ୍ଗଲରେ କିଛି ହାର୍ଡକୋର ନକ୍ସଲ ଲୁଚି ରହିଥିବା ପୋଲିସ ଖବର ପାଇଥିଲା । ଫଳରେ ପୋଲିସ ଏବଂ ଡିଆରଜି ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ନକ୍ସଲ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟ ଫଳରେ ୭ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେଠାରେ କମ୍ବିଂ ଅପରେସନ ଜାରି ରହିଥିବା ଛତିଶଗଡ ଡିଜି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.