ନକ୍ସଲଙ୍କ ରକ୍ତରେ ଲାଲ ହେଲା ଲାଲ୍ବାହିନୀର ସବୁଠୁ ବଡ ଗଡ ରାଜନନ୍ଦଗାଓଁ: ମରିଲେ ୭, ମିଳିଲା ବହୁ ଅସ୍ତ୍ରଶସ୍ତ୍ର
3/08/2019 at 6:59 PM

ରାଜନନ୍ଦଗାଓଁ ୩|୮: ଛତିଶଗଡ଼ରେ ପୁଣି ସୁରକ୍ଷା ବାହିନୀ ସହିତ ମାଓବାଦୀଙ୍କର ସଂଘର୍ଷ ।ଏଥିରେ ୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ।ରାଜନନ୍ଦଗାଓଁ ଜିଲ୍ଲାରେ ଏହି ଏନ୍କାଉଣ୍ଟର ହୋଇଛି । ମାଓବାଦୀଙ୍କର ଗଡ଼ରେ ସେମାନଙ୍କ ପାଇଁ ଶକ୍ତ ଧକ୍କା ହୋଇଛି ।…

ଲାଲବାହିନୀକୁ ଶକ୍ତ ଝଟ୍କା ।ନିଜ ଗଡ଼ରେ ସୁରକ୍ଷା ବାହିନୀ ଦ୍ବାରା ଧରାଶାୟୀ ହେଲେ ମାଓବାଦୀ । ଛତିଶଗଡ଼ରେ ସୁରକ୍ଷା ବାହିନୀ ସହିତ ସଂଘର୍ଷରେ ପ୍ରାଣ ହରାଇଛନ୍ତି ୭ ମାଓବାଦୀ ।ରାଜନନ୍ଦଗାଓଁ ଜିଲ୍ଲାର ବାଘନଦୀ ପୋଲିସ ଷ୍ଟେସନ ଅନ୍ତର୍ଗତ ସୀତାଗୋଟା ଗାଁ ନିକଟସ୍ଥ ଜଙ୍ଗଲରେ ଆଜି ସକାଳୁ ଏହି ଏନ୍କାଉଣ୍ଟର ହୋଇଛି ।

ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ-ଡିଆର୍ଜି ଜବାନ ମାନେ ଭୋରରୁ ଅପରେସନରେ ବାହାରିଥିବା ବେଳେ ସେମାନଙ୍କର ମାଓବାଦୀଙ୍କ ସହିତ ମୁହାଁମୁହିଁ ହୋଇଥିଲା ।ଆଉ ଉଭୟ ପକ୍ଷରୁ ହୋଇଥିଲା ଜୋରଦାର ଗୁଳିବର୍ଷଣ ।ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଲାଲବାହିନୀର ୭ ସଦସ୍ୟ ।

ସେମାନଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ଯାହା ଭିତରେ ଅଛି ଗୋଟିଏ ଏକେ-୪୭ ରାଇଫଲ୍ ।ଗତ ସପ୍ତାହରେ ସମାନ ଢଙ୍ଗରେ ବସ୍ତର ଜିଲ୍ଲାରେ ସୁରକ୍ଷାବାହିନୀ ସହିତ ସଂଘର୍ଷରେ ୭ ଜଣ ମାଓବାଦୀ ପ୍ରାଣ ହରାଇଥିଲେ ।ଗୋଟିଏ ପରେ ଗୋଟିଏ ବଡ଼ ଏନକାଉଣ୍ଟର ଯୋଗୁଁ ଛତିଶଗଡ଼ରେ ଲାଲବାହିନୀର ଗଡ଼ ଧିରେ ଧିରେ ଭୁଶୁଡ଼ି ପଡୁଥିବାବେଳେ ସେମାନଙ୍କ ପ୍ରତି ଜନସମର୍ଥନ ମଧ୍ୟ ହ୍ରାସ ପାଇବାରେ ଲାଗିଛି ।