Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କରୋନା ସଂକ୍ରମିତ ଚୀନରୁ ନିଜ ଦେଶର ନାଗରିକଙ୍କ ସମେତ ମାଲଦ୍ୱୀପ ଲୋକଙ୍କୁ ବି ଉଦ୍ଧାର କଲା ଭାରତ

2/02/2020 at 6:13 PM

ନୂଆଦିଲ୍ଲୀ ୨।୨: ପ୍ରଧାନମନ୍ତ୍ରୀଙ୍କ ‘ପଡୋଶୀ ପ୍ରଥମ’ ନୀତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ବେଦେଶିକ ମନ୍ତ୍ରାଳୟ। ରବିବାର ଚୀନରୁ ଆସି ପହଞ୍ଚିଥିବା ଭାରତୀୟ ନାଗରିକଙ୍କ ସହ ମାଲଦ୍ୱୀପ ନାଗରିକଙ୍କୁ ବି ଉଦ୍ଧାର କରିଛି ଏୟାର ଇଣ୍ଡିଆ ବିମାନ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ସେ ଏକ ଟ୍ୱିଟ୍ ବାର୍ତ୍ତାରେ କରୋନା ପ୍ରଭାବିତ ଚୀନରୁ ୩୨୩ ଭାରତୀୟଙ୍କ ସମେତ ୭ ମାଲଦ୍ୱୀପ ନାଗିରକଙ୍କୁ ବି ଭାରତ ଅଣାଯାଇଥିବା  ଉଲ୍ଲେଖ କରିଛନ୍ତି।

ଜୟଶଙ୍କର ତାଙ୍କର ଏହି ଟ୍ୱିଟ୍‌କୁ ମାଲ ଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ, ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶିଦ ଓ ବିଦେଶ ମନ୍ତ୍ରୀ ଅବଦୁଲ୍ଲା ଶାହିଦଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଭାରତ ସମେ ଆମେରିକା ଓ ବ୍ରିଟେନ ମଧ୍ୟ ଚୀନରୁ ଏବେ ନିଜ ନାଗିରକଙ୍କ ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ହେଲେ ଚୀନ ସହ ମିତ୍ରତା ଯୋଗୁ ସେଠାରୁ ଏବେ ଜଣେ ବି ନାଗରିକଙ୍କୁ ସ୍ୱଦେଶ ଆଣିବନି ବୋଲି କହିଛି ପାକିସ୍ତାନ।

ଚୀନରେ କରୋନା ଭାଇରସ ସଂକ୍ରମଣ ଏବେ ଗୁରୁତର ରୂପ ଧାରଣ କରିଛି। ଲୋକେ ଚାଲୁଥିବା ରାସ୍ତାରେ ପଡି ଛଟପଟ ହୋଇ ପ୍ରାଣ ହରାଉଛନ୍ତି। ସେପଟେ ବୂତାଣୁ ସଂକ୍ରମଣରୁ ନାଗିରକଙ୍କ ସୁରକ୍ଷା ଲାଗି ଚୀନ ଏବେ ଆଶ୍ୟକ ମାସ୍କ ବି ଯୋଗାଇ ପାରୁନଥିବାରୁ ପରିସ୍ଥିତି ଉଦବେଗଜନକ ହୋଇଛି। ତଥାପି ସଂସାଧନ ମଧ୍ୟରେ ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଉଛନ୍ତି ଚୀନ ସରକାର ।

   Related Posts