ମଣିଷକୁ ସଂକ୍ରମଣ କରୁଥିବା ୭ କରୋନା ଭାଇରସ୍ ମଧ୍ୟରୁ ୪ଟି ସିଜନାଲ୍: ଅନ୍ୟ ୩ ପ୍ରକାର ଭୂତାଣୁ ଅତ୍ୟନ୍ତ ଭୟଙ୍କର

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ ୦୯/୦୪: ବର୍ତ୍ତମାନ ସୁଦ୍ଧା ମଣିଷଙ୍କୁ ସଂକ୍ରମିତ କରୁଥିବା ୭ ପ୍ରକାର କରୋନା ଭାଇରସ ସମ୍ପର୍କରେ ଜଣାପଡିଛି| ଆମେରିକାର ମିଚିଗାନ ୟୁନିଭର୍ସିଟିର ଗବେଷକଙ୍କ କହିବାନୁଯାୟୀ, ଏହି ୭ ପ୍ରକାର ଭାଇରସ ମଧ୍ୟରୁ ୪ ପ୍ରକାର ଭାଇରସ ସିଜନାଲ୍ ଏବଂ ଏମାନଙ୍କ ଲକ୍ଷଣ ମଧ୍ୟ ସାଧାରଣ ଫ୍ଲୁ ଭଳି | ଏହି ୪ ପ୍ରକାର ସିଜନାଲ୍ ଭାଇରସରେ OC43, 229E, HKU1 ଏବଂ NL63 ସାମିଲ ରହିଛି | ଏହିସବୁ ଭାଇରସରେ ସଂକ୍ରମଣ ହେଲେ ଅଧିକ ଗମ୍ଭୀର ଲକ୍ଷଣ ଦେଖା ଦେଇନଥାଏ | ଅନ୍ୟ ୩ ପ୍ରକାର ଭାଇରସ ଅତ୍ୟନ୍ତ ଭୟାନକ | ଏହି ୩ ପ୍ରକାର ଭାଇରସରେ ସାର୍ଶ, ମାର୍ସ ଓ କରୋନା ସାମିଲ |

ଜର୍ଣ୍ଣାଲ ଅଫ ଇନଫେକ୍ସିୟସ ଡିଜିଜରେ ଏପ୍ରିଲ ୪ ତାରିଖରେ ପ୍ରକାଶିତ ଏକ ସନ୍ଦର୍ଭ ଅନୁଯାୟୀ, ଏହି ଅନୁସନ୍ଧାନ କୋଭିଡ-୧୯ ଶହ ଜଡିତ ସୂଚନା ଦେବା ପାଇଁ ସହାୟକ ପ୍ରମାଣିତ ହେବ | ଗବେଷକଙ୍କ କହିବାନୁଯାୟୀ, ଶିଶୁଙ୍କ ମଧ୍ୟରେ ୨୦ ପ୍ରତିଶତ ଏବଂ ବୟସ୍କଙ୍କ ମଧ୍ୟରେ ୯ ପ୍ରତିଶତ ସଂକ୍ରମଣ ଘଟଣାରେ କରୋନାର ୪ ଟି ସିଜନାଲ ଭାଇରସଙ୍କ ଉପସ୍ଥିତି ଜଣା ଯାଇଛି|

ବର୍ଷେ ଭିତରେ କରୋନାର ସବୁଠାରୁ ଅଧିକ ମାମଲା ଡିସେମ୍ବରରୁ ମେ ମାସ ଭିତରେ ସାମ୍ନାକୁ ଆସିଛି କିନ୍ତୁ ଏକାଠି ସବୁଠାରୁ ଅଧିକ ମାମଲା ଜାନୁଆରୀରୁ ଫେବୃଆରୀ ମାସ ଭିତରେ ସାମ୍ନାକୁ ଆସିଛି| ଜୁନ ଓ ସେପ୍ଟେମ୍ବର ମାସରେ ୨.୫ ପ୍ରତିଶତ ମାମଲା ସାମ୍ନାକୁ ଆସିଛି | ଅନୁସନ୍ଧାନ ଅନୁଯାୟୀ, ୫ ବର୍ଷରୁ କମ ବୟସ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବିପଦ ଅଧିକ ରହିଥାଏ| ଦିନକୁ ୩.୨ ପ୍ରତିଶତ ରୁ ୩.୬ ପ୍ରତିଶତ ସଂକ୍ରମଣ ବିପଦ ଘରର ଜଣେ ସଦସ୍ୟଙ୍କ ପ୍ରତି ରହିଥାଏ|

ମଣିଷଙ୍କୁ କବଳିତ କରିଥିବା କରୋନା ସଂକ୍ରମଣ ପଶୁଙ୍କ ମଧ୍ୟରେ ଅଧିକ ଭୟଙ୍କର| ଠିକ ଯେମିତି ୨୦୦୨ ମସିହାରେ ସାର୍ଶ ଓ ୨୦୧୨ ମସିହାରେ ମାର୍ସର ପ୍ରକୋପ ବ୍ୟାପିଥିଲା| ମିଚିଗାନରେ ଯେଉଁ ସିଜନାଲ କରୋନା ଭାଇରସ ମାମଲା ସାମ୍ନାକୁ ଆସିଛି ତାହା କରୋନା ଭାଇରସ ଶହ ଜଡିତ କିନ୍ତୁ ଏହା କହିବା କଷ୍ଟ ଯେ ଏହା ସିଜନାଲ ଭାଇରସ ଭଳି ବ୍ୟବହାର କରିବ ନା ନାହିଁ|

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଲୁରୁର ପ୍ରଫେସର ଅମିତ ସିଂହ କହିଛନ୍ତି ଯେ, କରୋନା ଭାଇରସ ବର୍ତ୍ତମାନ ନୂଆ ନୂଆ ଆସିଛି ସେଥିପାଇଁ ଶରୀରରେ ତା ସହ ଲଢ଼ିବା ପାଇଁ ପ୍ରତିରୋଧକ କ୍ଷମତା ଏବେ ନାହିଁ| ଥରେ ସଂକ୍ରମଣ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ପ୍ରତିରୋଧକ କ୍ଷମତା ବିକଶିତ ହୋଇଯିବ| ଯଦି ଶରୀରରେ ସଂକ୍ରମଣ ପରେ କରୋନା ଭାଇରସ ସଂଖ୍ୟା ନ ବଢେ ତାହେଲେ ପ୍ରତିରୋଧକ କ୍ଷମତା ଦ୍ରୁତ ଗତିରେ ବିକଶିତ ହେବ|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.