ଶ୍ରୀମନ୍ଦିର ସିଂହଦ୍ୱାର ନିକଟ ଏମାର ମଠ ତଳେ ହୋଇଥିବା ଖଜା ଦୋକାନ ସିଲ୍
Published By : Prameya-News7 Bureau | September 18, 2018 IST
ପୁରୀ ୧୮/୯ : ଶ୍ରୀମନ୍ଦିର ସିଂହଦ୍ୱାର ନିକଟ ଏମାର ମଠ ତଳେ ହୋଇଥିବା ଖଜା ଦୋକାନକୁ ସିଲ୍ କରାଯାଇଛି। ପ୍ରାୟ ୭ ଟି ଖଜା ଦୋକାନ ଗୃହକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସିଲ୍ କରାଯାଇଛି। ପୂର୍ବରୁ ମଧ୍ୟ ଏହି ମଠରେ ବେଆଇନ୍ ଭାବେ ନିର୍ମିତ ୭ ଟି ଖଜା ଦୋକାନକୁ ୨୦୧୬ ଡ଼ିସେମ୍ୱର ୨୩ ତାରିଖରେ ବେଆଇନ୍ ଦର୍ଶାଇ ପିକେଡ଼ିଏ ପକ୍ଷରୁ ସିଲ୍ କରାଯାଇଥିଲା। ଦୀର୍ଘ ୨୦ ମାସ ଧରି ଦୋକାନ ଗୁଡ଼ିକ ସିଲ୍ ହେବା ପରେ ଗତ ଅଗଷ୍ଟ ୬ ତାରିଖରେ ତତ୍କାଳୀଳ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ ଦୋକାନ ଗୁଡ଼ିକୁ ପୁନଃ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପୁଣି ମାମଲା ହେବା ପରେ ଏଗୁଡ଼ିକୁ ପୁଣି ଥରେ ସିଲ୍ କରାଯାଇଛି।