ପ୍ରବଳ ତୁଷାରପାତ ଯୋଗୁଁ ପୋତି ହୋଇ ଯାଇଥିଲା ପୋଲିସ ଫାଣ୍ଡି : ୧୪ ଘଣ୍ଟା ପରେ ଉଦ୍ଧାର ହେଲେ ଯବାନ

Published By : Prameya-News7 Bureau | February 08, 2019 IST

କୁଲଗାମ ୮/୨ : ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଜବାହର ସୁଡ଼ଙ୍ଗ ପାଖରେ ଗୁରୁବାର ସନ୍ଧ୍ୟାରେ ତୁଷାରପାତ ଯୋଗୁଁ କେତେକେ ପୋଲିସକର୍ମୀ ବରଫ ସ୍ଖଳନ ଭିତରେ ଫସିଗଲେ | ବରଫର ଏକ ବଡ ପାହାଡ ପୋଲିସ ପୋଷ୍ଟ ଉପରେ ପଡିଯାଇଥିଲା | ଯାହାଫଳରେ ୬ ପୋଲିସକର୍ମୀ, ୨ ଅଗ୍ନିଶମ କର୍ମୀ ଏବଂ ଦୁଇଜଣ କଏଦୀ ବରଫ ତଳେ ଦବି ଯାଇଥିଲେ |

{"id":83280,"width":584,"height":328}


ଘଟଣା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା | ବରଫ ସ୍ଖଳନର ୧୪ ଘଣ୍ଟା ପରେ ଜଣେ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି | ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ଉଦ୍ଧାର ହୋଇଥିବା ଯବାନ ହେଲେ ଗୁଲଜାର ଅହମଦ |

{"id":83281,"width":587,"height":329}


ଜାମ୍ମୁ କାଶ୍ମୀର ଗତ ୩ ଦିନ ହେଲା ଲଗାତାର ତୁଷାରପାତ ହେଉଛି | ତୁଷାରପାତ ଯୋଗୁଁ ଜାମ୍ମୁ କାଶ୍ମୀରର ଜାତୀୟ ରାଜପଥରେ ଥିବା ଜବାହର ଟନେଲ ବନ୍ଦ ରହିଛି | ପୋଲିସ ଫାଣ୍ଡି ମଧ୍ୟ ବରଫରେ ଚାପି ହୋଇରହିଥିଲା |

{"id":83284}

ଯାହାଫଳରେ ଫାଣ୍ଡି ଭିତରେ କେତେ ଯବାନ ଫସି ରହିଥିଲେ | ଉଦ୍ଧାର ବେଳେ ପୋଲିସ ଫାଣ୍ଡି ଆଖପାଖ ବରଫ ପ୍ରଥମେ କଢ଼ା ଯାଇଥିଲା | ଏହାପରେ କାନ୍ଥ ଭାଙ୍ଗି ଯବାନଙ୍କୁ ଫାଣ୍ଡି ଭିତରୁ ଉଦ୍ଧାର କରାଯାଇଥିଲା |

{"id":83282}


ଉଦ୍ଧାର ହୋଇଥିବା ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତୁଷାରପାତର ମାତ୍ର ଏତେ ଅଧିକ ଥିଲା ଯେ, ପୋଲିସ ଫାଣ୍ଡି ଭିତରେ ମଧ୍ୟ ବରଫ ଭାରି ରହିଥିଲା | ଯାହାଫଳରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା | ତଥାପି ଏସଡିଆରଏଫ ଯବାନ ପୋଲିସକର୍ମୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ |

{"id":83283}


ଲଗାତାର ତୁଷାରପାତ ଯୋଗୁଁ ସିମଲା, କେଦାରନାଥ, କୁଫରି, ବିଳାସପୁର, ଚକରାତା, ଟିହରି, ଶ୍ରୀନଗର ଆଦି ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି | ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ବରଫ ଯୋଗୁଁ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଆଦିରୁ ଗାଡି ବାହାରି ପାରୁନାହିଁ | ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

{"id":83285}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.