ସରକାରୀ ଜାଗାରେ ବାଡ ଦେବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା : ୭ଜଣ ଆହତ
18/08/2019 at 3:31 PM

ଅନୁଗୁଳ ୧୮/୮: ତାଳଚେର କଣିହାଁ ବ୍ଲକ ଅନ୍ତର୍ଗତ ବିରୁ ଗାଁରେ ଜାଗାରେ ବାଡ ଦେବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା। ଉଭୟ ପରିବାରର ୭ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତାଳଚେର ସଦର ହସପାତାଳରେ ଭର୍ତ୍ତି କରାଯାଇଛି।

ସରକାରୀ ଜାଗାରେ ବାଡ଼ ଦେବାକୁ କେନ୍ଦ୍ର କରି ସାହୁ ପରିବାର ଆଉ ନାଏକ ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ସାହୁ ପରିବାର ବାଡ଼ ଦେଉଥିଲା ବେଳେ ନାଏକ ପରିବାର ପ୍ରତିବାଦ କରିଥିଲେ। ଫଳରେ ସାହୁ ପରିବାର ଟାଙ୍ଗିଆ, କଟୁରିରେ ନାଏକ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ବ୍ରହ୍ମାନନ୍ଦ ନାଏକଙ୍କ ପରିବାରରୁ ୪ଜଣ ଏବଂ ତ୍ରିଲୋଚନ ସାହୁଙ୍କ ପରିବାରର ୨ ଜଣ ଆହତ ହୋଇଛନ୍ତି। ଆଉ ଜଣେ ପଡୋଶୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବ୍ରହ୍ମାନନ୍ଦ ନାଏକଙ୍କ ଅବସ୍ଥା ଗୁରୁତର ହେବାରୁ ଅନଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମଲ ପୋଲିସ ଏବଂ ତାଳଚେର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।