ଜମି ଜମା ବିବାଦକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ୭ ଆହତ

Published By : Prameya-News7 Bureau | April 07, 2021 IST

ଚାନ୍ଦବାଲି ୭।୪: ଚାନ୍ଦବାଲି ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ସୁବଦିଆ ଗାଁରେ ଜମିଜମା ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ । ଜମିଜମା ବିବାଦକୁ ନେଇ ଭାଇ-ଭାଇ ମଧ୍ୟରେ ଗୋଟିଏ ପକ୍ଷ ପ୍ରତିପକ୍ଷ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଭଦ୍ରକରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛି ।

ସୂଚନାଯୋଗ୍ୟ ଯେ, ସୁବଦିଆ ଗାଁରେ ଚାରି ଭାଇ ମଧ୍ୟରୁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ ଭାଇଙ୍କ ନାଁରେ ଘର ଆସିଥିଲା । ସେମାନେ ଘର କରିବା ସମୟରେ ବଡ ଭାଇ ଓ ତାଙ୍କର ପୁଅମାନେ ଏହି ଘର କାମକୁ ବିରୋଧ କରିଥିଲେ । ଏନେଇ ସାନ ୩ ଭାଇ ବାଂଶଡା ଥାନାରେ ଅଭିଯୋଗ କରିବା ପାଇଁ ଯାଉଥିବା ସମୟରେ ବାଟରେ ବିସିବନ୍ଧ ନିକଟରେ ବଡ ଭାଇର ପରିବାର ଲୋକମାନେ ସଂଘବଦ୍ଧ ଭାବେ ସାନ ୩ ଭାଇଙ୍କ ସହ ତାଙ୍କ ପୁଅମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ବାଂଶଡା ଥାନାରେ ୨ଟି ମାମଲା ରୁଜୁ ହେବା ପରେ ଥାନା ଅଧିକାରୀ ଘଟଣାରେ ତଦନ୍ତ କରିବା ସହ ଘଟଣା ଉପରେ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.