ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୭ ଆହତ ମେଡିକାଲରେ ଭର୍ତ୍ତି
24/07/2020 at 3:27 PM

ଆନନ୍ଦପୁର ୨୪।୭: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ତେମଳା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଉଭୟ ପକ୍ଷରୁ ୭ ଆହତ । ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ନିର୍ବାଚନ ସମୟରେ ଦିବ୍ୟରଞ୍ଜନ ବେହେରା ଓ ସଂଗ୍ରାମ ଜେନାଙ୍କ ମଧ୍ୟରେ ବଚସା ଓ ଝଗଡା ହୋଇଥିଲା । ଗୁରୁବାର ଦିବ୍ୟରଞ୍ଜନ ଶୌଚ ହୋଇ ଘରକୁ ଫେରିବା ସମୟରେ ସଂଗ୍ରାମଙ୍କ ପରିବାର ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ । ପ୍ରତିବଦଳରେ ଦିବ୍ୟରଞ୍ଜନଙ୍କ ପରିବାର ମଧ୍ୟ ସେମାନଙ୍କୁ ଆକ୍ରମଣ କରିଥିଲେ ।
ଅନ୍ୟପକ୍ଷରେ ସଂଗ୍ରାମଙ୍କ ପରିବାର କହିଛନ୍ତି ଯେ, ସେମାନେ କେହି ଘରେ ନଥିବା ସମୟରେ ଦିବ୍ୟରଞ୍ଜନ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କ ପରିବାରକୁ ଆକ୍ରମଣ କରିଥିଲା । ଫଳରେ ଉଭୟ ପକ୍ଷରୁ ୭ଜଣ ଆହତ ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏନେଇ ନନ୍ଦିପଦା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।