ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା : ୭ଗୁରୁତର
16/01/2020 at 4:04 PM

ଖୋର୍ଦ୍ଧା ୧୬/୧: ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ଼ ଥାନା ଭିମପଡା ଛକରେ ବରଯାତ୍ରୀ ବସ୍ ସହ ଚାଉଳ ବୋଝେଇ ଟ୍ରକ୍ ମୁହାମୁହିଁ ଧକ୍କା ହୋଇଛି । ବସ୍ରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ ସାତଜଣ ଗୁରୁତର ହୋଇଥିବା ବେଳେ ଦଶରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି ।

ସେମାନଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିପରି ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଖବର ପାଇ ବୋଲଗଡ ଅଗ୍ନିଶମ ବିଭାଗ ଓ ବୋଲଗଡ଼ ଥାନା ପୋଲିସ ପହଞ୍ଚି ଉଦ୍ଧାର କରିଥିଲା । ବସ୍ଟି ବରଯାତ୍ରୀ ନେଇ ନୟାଗଡ଼ରୁ କଟକ ଯାଉଥିବାବେଳେ ଚାଉଳ ବୋଝେଇ ଟ୍ରକଟି ଚାଉଳ ନେଇ ଭୁବନେଶ୍ୱରରୁ ନୟାଗଡ ଯାଉଥିଲା ।

Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021