ଗ୍ୟାସ୍ ସିଲିଣ୍ଡର ଫାଟି ହୋଟେଲରେ ଅଗ୍ନିକାଣ୍ଡ ; ୭ ଗୁରୁତର
24/02/2019 at 10:45 AM

ରାଉରକେଲା ୨୪|୨: ରାଉରକେଲା ପାନପୋଷ ଛକରେ ଥିବା ପଞ୍ଚମ ହୋଟେଲରେ ଅଗ୍ନିକାଣ୍ଡ ହୋଇଛି । ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ହୋଟେଲ ସାମାନ୍ୟ ଜଳିଯାଇଥିବା ବେଳେ ମାଲିକଙ୍କ ସମେତ ୭ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରାଯାଇଛି ।

ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ଗ୍ୟାସ୍ ସିଲିଣ୍ଡର ଫାଟିଲା ତାହା ସ୍ପଷ୍ଟ ଜମାପଡିନାହିଁ । ଘଟଣାର ତଦନ୍ତ କରୁଛି ପୋଲିସ ।