ସ୍କୁଲ ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା, ୭ ଗୁରୁତର

Published By : Prameya-News7 Bureau | April 12, 2019 IST

ରାଇରଙ୍ଗପୁର ୧୨|୪: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ସାନପାଖାନା ପଂଚାୟତ ଅଫିସ ନିକଟରେ ବାଇକ ଓ ସ୍କୁଲ ଅଟୋ ମୁହାଁ ମୁହାଁ ଧକ୍କା ହୋଇଛି । ଧକ୍କା ହେବା ପରେ ରାସ୍ତା କଡକୁ ଓଲଟିପଡିଛି ଓଟୋ । ଫଳରେ ଗୋରୁମହିଶାଣି ଆଦର୍ଶ ବିଦ୍ୟାଳୟର ୫ଜଣ ଛାତ୍ର ଓ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି । ବାଇକ୍ ଆରୋହୀ ମଧ୍ୟ ଗୁରୁତର ହୋଇଛନ୍ତି ।  ଗୁରୁତରମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":102653}

ଅଟୋରେ ୯ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ତେବେ ଖୋଲା ଅଟୋରେ ବିପଦ ସଂକୁଳ ଅବସ୍ଥାରେ ପ୍ରତିଦିନ ଯାତାୟତ   କରୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଓ ପରିବହନ ବିଭାଗ କୌଣସି ଦୃଷ୍ଟି ଦେଉନଥିବାରୁ ଏଭଳି ଦୁର୍ଘଟଣାମାନ ଘଟୁଥିବା ଅଭିଯୋଗ ହୋଇଛି ।

{"id":102654}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.