ଶରୀର ପାଇଁ ହିତକର ଛତୁ: ପୋଷାକ ତତ୍ତ୍ୱ ସହ ରହିଛି ଅନେକ ଔଷଧୀୟ ଗୁଣ
22/09/2020 at 6:09 PM

ଭୁବନେଶ୍ୱର ୨୨/୦୯ : ଛତୁ ସ୍ୱାସ୍ଥ୍ୟ ପାଇଁ ହିତକାରକ । ମେଦବହୁଳତା ରୋଗୀଙ୍କ ପାଇଁ ଛତୁ ଅତ୍ୟନ୍ତ ଉପାଦେୟ । ଛତୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଛତୁରେ ଅନେକ ପୋଷାକ ତତ୍ତ୍ୱ ସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଛତୁର ଅନେକ ଗୁଣ ରହିଛି । ଛତୁରେ ଅନେକ ମହତ୍ଵପୁର୍ଣ ମିନେରାଲ ଓ ଭିଟାମିନ ରହିଛି । ଏଥିରେ ଭିଟାମିନ-ବି, ଡି, ପୋଟାସିୟମ, ଆଇରନ, ସେଲେନିୟମ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଛତୁରେ ଥିବା କୋଲିନ ନାମକ ତତ୍ତ୍ୱ ପାଇଁ ଭଲ ନିଦ ହୋଇଥାଏ ।

ଭାରତରେ ଉତ୍ପାଦନ ହେଉଥିବା ଦୁଇ ପ୍ରକାର ପ୍ରସିଦ୍ଧ ଛତୁ ହେଲା ହ୍ୱାଇଟ୍ ବଟନ୍ ମଶରୁମ୍ ଏବଂ ଇଷ୍ଟର୍ ମଶରୁମ୍ । ଛତୁରେ ଆଣ୍ଟିଅକ୍ସିଡାଣ୍ଟ କ୍ଷତିକାରକ ମୁକ୍ତ ରେଡିକାଲରୁ ରକ୍ଷା କରିଥାଏ । ଏହା ଏକ ଆଣ୍ଟିବାୟୋଟିକ୍ ଯାହା ମାଇକ୍ରୋବାୟଲ୍ ଏବଂ ଫଙ୍ଗଲ୍ ସଂକ୍ରମଣକୁ ଭଲ କରିଥାଏ । ତେବେ ଛତୁ ଲାଭଦାୟୀ ହୋଇଥିଲେ ମଧ୍ୟ ଏହାକୁ ସେବନ କରିବା ସମୟରେ ଟିକିଏ ସାବଧାନ ରହିବା ଆବଶ୍ୟକ । ଅଧିକ ଛତୁ ସେବନ କରିବା ଅନୁଚିତ । କାରଣ ଏହାଦ୍ୱାରା ଏଲର୍ଜୀ ହୋଇଥାଏ । ଗର୍ଭାବସ୍ଥାରେ ମହିଳା ଓ ଛୋଟ ପିଲାଙ୍କୁ ଛତୁ ସେବନ କରିବା ଉଚିତ ନୁହେଁ । ବାସି ଛତୁ ଫୁଡ ପଏଜନିଙ୍ଗର କାରଣ ମଧ୍ୟ ହୋଇଥାଏ । ଛତୁ ଖାଇବାର ୭ଟି ଲାଭ କଣ କଣ ଜଣାନ୍ତୁ:

୧. ଦୂର କରେ ମେଦବହୁଳତା – ଯେଉଁମାନେ ମେଦ କମ କରିବାକୁ ଚାହୁଁଛନ୍ତି ସେମାନେ ଛତୁ ଖାଇବା ଉଚିତ । ଏଥିରେ ଥିବା ଲୀନ ପ୍ରୋଟିନ ଓଜନ କମ କରିବାରେ ସାହାଯ୍ୟ କରିଥରେ ।
୨. ହୃଦ ରୋଗରୁ ସୁରକ୍ଷା – ଛତୁରେ ଥିବା ଏଞ୍ଜାଇମ କୋଲେଷ୍ଟ୍ରଲ ସ୍ଥର କମ କରିଥାଏ । ଏଥିରେ ଉଚ୍ଚ ପୋଷକ ତତ୍ତ୍ୱ ରହିଛି ଯାହା ହୃଦୟକୁ ସୁସ୍ଥ ରଖେ ।
୩. ହେମୋଗ୍ଲୋବିନ୍ ସ୍ତର ବୃଦ୍ଧି – ଛତୁରେ ବହୁ ମାତ୍ରାରେ ଫଲିକ ଏସିଡ ରହିଛି । ଏତିକି ଫଲିକ ଏସିଡ କେବଳ ମାଂସାହାରୀ ପଦାର୍ଥରେ ଥାଏ । ଛତୁ ସେବନ ହେମୋଗ୍ଲୋବିନ୍ ସ୍ତର ବୃଦ୍ଧି କରିଥାଏ ।

୪. ପେଟ ଜନିତ ସମସ୍ୟା ଦୂର କରେ – ଛତୁ ସେବନ ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଫାଇବର ଏବଂ କାର୍ବୋହାଇଡ୍ରେଟ୍ ରହିଛି । ଏହା ପାଚନ, କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
୫. ମେଟାବୋଲିଜିମରେ ଉନ୍ନତି – ଭିଟାମିନ ବି ୨ ଓ ବି ୩ କାରଣରୁ ମେଟାବୋଲିଜିମ ଭଲ ରହେ । ଛତୁ ସେବନ ଦ୍ୱାରା ଶରୀରରେ ଭିଟାମିନ ବି ୨ ଓ ବି ୩ ଭରପୁର ପରିମାଣରେ ମିଳିଥାଏ ଯାହାଦଳରେ ମେଟାବୋଲିଜିମ ଉନ୍ନତି ହୋଇଥାଏ ।
୬. ହାଡ ପାଇଁ ଲାଭଦାୟୀ – ଛତୁ ଭିଟାମିନ-ଡିର ଏକ ବିଶେଷ ସ୍ରୋତ । ଛତୁ ହାଡ ମଜବୁତ କରିବାରେ ସାହାଯ୍ୟ କରିଥାଏ | ନିୟମିତ ଛତୁ ଖାଇଲେ ୨୦ ପ୍ରତିଶତ ଭିଟାମିନ-ଡି ପ୍ରାପ୍ତ ହୋଇଥାଏ ।

୭. ସୁଗାର ଲେଭଲ – ମଧୁମେହ ରୋଗୀଙ୍କ ପାଇଁ ଛତୁ ବହୁତ ହିତକାରକ । ଛତୁରେ ଭରପୁର କାର୍ବୋହାଇଡ୍ରେଟ୍ ଥିବାରୁ ଏହା ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
(ବି:ଦ୍ର: ଅଧିକ ଜାଣିବା ପାଇଁ ଛତୁ ଖାଇବାର ଲାଭ ଓ କ୍ଷତି ସମ୍ପର୍କରେ ପଢନ୍ତୁ)