୧୫୦କୋଟି ଟଙ୍କା ହ୍ୟାକ୍ ଉଦ୍ୟମ ପଣ୍ଡ,ବ୍ୟାଙ୍କ କର୍ମଚାରୀଙ୍କ ସମେତ ୭ ଗିରଫ

Published By : Prameya-News7 Bureau | March 05, 2020 IST

ଠାଣେ ୫।୩: ମହାରାଷ୍ଟ୍ର ପୋଲିସ ଠାଣେରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରିଛି। ସେମାନେ ଟାଟା ସନ୍ସର ଏକ ଫିକ୍ସ ଡିପୋଜିଟ୍ ଆକାଉଣ୍ଟ ହ୍ୟାକ୍‌ କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ଏକ ମଲର ପାର୍କିଂ ଲଟ୍‌ରୁ ପୋଲିସ ସେମାନଙ୍କୁ ଗିରଫ କରିଛି। 

{"id":233304,"width":579,"height":341,"sizeSlug":"large"}

ଇଣ୍ଡସଇଣ୍ଡ ବ୍ୟାଙ୍କରେ ଥିବା ଆକାଉଣ୍ଟ ନେଇ ଏଠାରେ ଚାକିରୀ କରୁଥିବା ତସ୍ଲିମ ଅନୁସାରୀ ସୂଚନା ସଂଗ୍ରହ କରିଥିଲା। ଇଣ୍ଡସଇଣ୍ଡ ବ୍ୟାଙ୍କ ଚେମ୍ବୁର ଶାଖାରେ ଥିବା ଟଙ୍କାରୁ  ସେମାନେ ୩ କିସ୍ତିରେ ୧୫୦ କୋଟି ନେବାକୁ ଯୋଜନା କରିଥିଲେ। ଯାହାକୁ ସେମାନେ ନାଗାଲାଣ୍ଡର ଜନୈକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥାନ୍ତେ। ନାଗାଲାଣ୍ଡର ଏହି ବ୍ୟାକ୍ତି ସେମାନଙ୍କ ଟଙ୍କାର ସୁରକ୍ଷା ଲାଗି ପ୍ରତିଶ୍ରୁତି ଦେଇଥିବା ବେଳେ ଏଥିରୁ ସେ କିଛି କମିଶନ ପାଇଥାନ୍ତା। ତେବେ ଏହି ଆକାଉଣ୍ଟରେ ଟାଟା ସନ୍ସର ମୋଟ ୨୦୦ କୋଟି ଟଙ୍କା  ରହିଛି। ଯେଉଁଥିରୁ ସେମାନେ ଲୁଟର ଯୋଜନା କରିଥିଲେ ବୋଲି ପାଲଘର ଏସପି ଗୌରବ ସିଂହ କହିଛନ୍ତି।

{"id":233305,"sizeSlug":"large"}

ଏଥିଲାଗି ସେମାନେ ପ୍ରଥମେ ପେଷାଦାର ହ୍ୟାକରର ଅନୁସନ୍ଧାନ କରିଥିଲେ। ହେଲେ ସେମାନଙ୍କୁ ସେଭଳି କେହି ନ ମିଳିବାରୁ ବ୍ୟାଙ୍କ କର୍ମଚାରୀଙ୍କ ସୂଚନା ଅନୁସାରେ ନିଜେ ନିଜେ ହ୍ୟାକ୍‌ କରିବାକୁ ଉଦ୍ୟମ କରିବା ବେଳେ ଧରାପଡିଯାଇଛନ୍ତି। ସେମାନେ ଯଦି ଏହି ଟଙ୍କା ପାଇଯାଇଥାନ୍ତେ ଏଥିରେ ଏକ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଚଳାଇବାକୁ ଯୋଜନା କରିଥିବାର ପୋଲିସ କହିଛି। ତେବେ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଇଣ୍ଡସଇଣ୍ଡ ବ୍ୟାଙ୍କ ଅଥବା ଟାଟା ସନ୍ସ ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.