Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧକ୍କା ଦେଲା ଅଜଣା ଗାଡି, ଜୀବନ ହାରିଲେ ବାପା ଓ ଝିଅ
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଶିକାର କରିବାକୁ ସାଙ୍ଗ ହୋଇ ଯାଇଥିଲେ, ଭୁଲରେ ଗୁଳି ବାଜି ଜଣଙ୍କର ହେଲା ମୃତ୍ୟୁ, ଦୁଃଖରେ ୩ ସାଙ୍ଗ ପିଇ ଦେଲେ ବିଷ

5/04/2021 at 6:42 PM

ନଇ ତେହରି ୦୫।୦୪: ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ହେଲେ  ଭୁଲବଶତଃ ଗୁଳିବାଜି ଜଣେ ସାଙ୍ଗର ମୃତ୍ୟୁ ପରେ ମର୍ମାହତ ବାକି ତିନି ସାଙ୍ଗ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା ଉତ୍ତରାଖଣ୍ଡର ତେହରି ଜିଲ୍ଲା ଅନ୍ତର୍ଗତ କୁଣ୍ଡି ଗାଁ ନିକଟ ଜଙ୍ଗଲରେ ଘଟିଛି।

ସୂଚନା ଅନୁଯାୟୀ, ତେହରି ଜିଲ୍ଲାର ଭିଲଙ୍ଗନା ବ୍ଲକ୍ ଥାତି କଠୁଡ ପଟ୍ଟି ଅଞ୍ଚଳର କୁଣ୍ଡି ଗାଁର ସାତ ଜଣ ସାଙ୍ଗ ଶନିବାର ଶିକାର କରିବା ପାଇଁ ଚୋଲାହ ତୋକ ଜଙ୍ଗଲ ଯାଇଥିଲେ। ଶିକାର ସମୟରେ ଭୁଲବଶତଃ  ଗୁଳି ଜଣଙ୍କ ଦେହରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତ ୧୯ ବର୍ଷୀୟ ଯୁବକଙ୍କ ନାଁ ସନ୍ତୋଷ ପଓ୍ଵାଁର।  ଜଣେ ସାଙ୍ଗର ମୃତ୍ୟୁରେ ବାକି ସାଙ୍ଗମାନେ ଭୟଭୀତ ହେବା ସହ ନିଜକୁ ଏହି ଘଟଣା ପାଇଁ ଦାୟୀ କରିଥିଲେ। ପରେ ତିନି ଜଣ ସାଙ୍ଗ ଜଙ୍ଗଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ।  ତିନି ଯୁବକଙ୍କ ବୟସ ୧୮ ରୁ ୨୪ ବର୍ଷ ମଧ୍ୟରେ ହେବ। ସେମାନଙ୍କ ସହ ଥିବା ଅନ୍ୟ ୩ ଜଣ ଯୁବକ ଘଟଣା ବିଷୟରେ ଗାଁ ଲୋକଙ୍କୁ ସୂଚନା ଦେଇଥିଲେ। ତିନି ମୃତକ ହେଉଛନ୍ତି ଅର୍ଜୁନ ସିଂହ ପଓ୍ଵାଁର(୨୩), ପଙ୍କଜ ସିଂହ(୨୪) ଓ ସୋବନ ସିଂହ ପଓ୍ଵାଁର(୨୩) ସାମିଲ।

ଗ୍ରୁପର ନେତୃତ୍ଵ ନେଇଥିଲା ୨୨ ବର୍ଷୀୟ ରାଜୀବ । ତା କାନ୍ଧରେ ମଧ୍ୟ ବନ୍ଧୁକ ଥିଲା। ଦୁର୍ଭାଗ୍ୟବଶତଃ ଟ୍ରିକରରେ ହାତ ବାଜିବାରୁ ଗୁଳି ସିଧା ଯାଇ ସନ୍ତୋଷର ଦେହରେ ବାଜିଥିଲା ଏବଂ ସେ ସେଠାରେ ଟଳି ପଡିଥିଲା। ଏହା ଦେଖି ରାଜୀବ ବନ୍ଧୁକ ଧରି ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ହେଲେ ଅନ୍ୟ ତିନି ଜଣ ସାଙ୍ଗ ସୋବନ, ପଙ୍କଜ ଓ ଅର୍ଜୁନ ସନ୍ତୋଷର ମୃତ୍ୟୁରେ ମର୍ମାହତ ହେବା ସହ ନିଜକୁ ଦାୟୀ କରି ବିଷ ପିଇ ଦେଇଥିଲେ।

ସୂଚନା ଅନୁଯାୟୀ,  ରାହୁଲ ଏବଂ ସୁମିତ୍ ଘଟଣାସ୍ଥଳରୁ ସିଧା ଗାଁକୁ ଆସି ଗ୍ରାମବାସୀକୁ ଏହାର ସୂଚନା ଦେଇଥିଲେ। ତୁରନ୍ତ ଗାଁ ଲୋକେ ଜଙ୍ଗଲରୁ ତିନି ଜଣଙ୍କୁ ବାଲେଶ୍ଵର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପଙ୍କଜ ଓ ଅର୍ଜୁନକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋବନର ମୃତ୍ୟୁ ଘଟିଛି।

   Related Posts