ଗଞ୍ଜାମ ଗୋଖରକୁଦା ସମୁଦ୍ରରେ ଓଲଟିଲା ଡଙ୍ଗା, ୭ ମତ୍ସ୍ୟଜୀବୀ ଆହତ

Published By : Prameya-News7 Bureau | September 11, 2018 IST

ଗଞ୍ଜାମ ୧୧|୯: ଗଞ୍ଜାମ ବ୍ଲକ୍ ଗୋଖରକୁଦା ସମୁଦ୍ରରେ ଡଙ୍ଗା ଓଲଟି ପଡିଛି । ଫଳରେ ଡଙ୍ଗାରେ ଥିବା ୭ଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି । ସୂଚନା ଅନୁସାରେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ ମତ୍ସ୍ୟଜୀବୀ । ସମୁଦ୍ରରେ ଲହଡି ମାରିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟିପଡିଥିଲା । ଡଙ୍ଗାରେ ଥିବା ସମସ୍ତ ମତ୍ସ୍ୟଜୀବୀ ଛତ୍ରପୁର ବ୍ଲକ୍ ନୋଳିଆ ନୂଆଗାଁ ଅଞ୍ଚଳର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.