ସମୁଦ୍ରରୁ ୭ ଫୁଟର ରକେଟ୍ ଉଦ୍ଧାର କଲେ ମତ୍ସ୍ୟଜୀବୀ

Published By : Prameya-News7 Bureau | August 18, 2020 IST

ସୋର ୧୮।୮: ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ରରୁ ରକେଟ୍ ଉଦ୍ଧାର । ୭ ଫୁଟ ଲମ୍ବର ଏକ ରକେଟ୍ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ତାଳପଦା ଗାଁର ମତ୍ସ୍ୟଜୀବୀମାନେ ସମଦ୍ରରୁ ୭ ଫୁଟ ଲମ୍ବର ରକେଟ୍ ଉଦ୍ଧାର କରିଛନ୍ତି । ଉଦ୍ଧାର କରି ଗାଁକୁ ଆଣି ବାଲେଶ୍ଵର ସ୍ଥିତ ଡିଆରଡିଓକୁ ଖବର ଦେଇଥିଲେ । ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ କିଛି ମତ୍ସଜୀବୀ ଅଜଣା ବସ୍ତୁ ସମୁଦ୍ରରେ ଭାସୁଥିବାର ଦେଖିଥିଲେ । ଏହାପରେ ଦଉଡି ସହାୟତାରେ ଲଞ୍ଚରେ ବାନ୍ଧି କୂଳକୁ ଆଣିଥିଲେ । ପରେ ଏହା ରକେଟ୍ ବୋଲି ଜାଣିବାକୁ ପାଇଥିଲେ । ବାଲେଶ୍ବର ସ୍ଥିତ ପ୍ରତିରକ୍ଷା ଗବେଷଣା କେନ୍ଦ୍ର (ଡିଆରଡିଓ)କୁ ଖବର ଦେଇଥିଲେ । ରାତି ଯୋଗୁଁ ପ୍ରତିରକ୍ଷା ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାରିନାହାଁନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.