Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୭ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

2/10/2020 at 10:35 AM

ରାୟଗଡା ୨।୧୦: ଅଜଗର ସାପ ଉଦ୍ଧାର । ରାୟଗଡା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ୭ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି। ସାପ ଧରାଳି ପ୍ରଦୀପ ସେନାପତି ଏହି ଅଜଗର ସାପଟିକୁ ଉଦ୍ଧାର କରି ସହର ଉପକଣ୍ଠ ସ୍ଥିତ ଝୋଲାପୋଲ ନିକଟ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଅଜଗର ସାପଟି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଝୋଲାରୁ ଡ୍ରେନ ଭିତର ଦେଇ ଆସି ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ସାପ ଘରେ ପଶିବା କେହି ଦେଖିନଥିଲେ। ସାପଟି ଘରେ ପଶି ଗୋଟିଏ ଆଲମିରା ତଳେ ରହିଥିଲା। କୌଣସି କାରଣରୁ ଘର ଲୋକ ଆଲମିରା ତଳକୁ ଦେଖିବା ବଳେ ସାପଟି ନଜରକୁ ଆସିଥିଲା। ଏହାପରେ ତୁରନ୍ତ ସାପ ଧରାଳି ପ୍ରଦୀପଙ୍କୁ ଖବର ଦିଆଯାଇଥିଲା। ଖବରପାଇ ପ୍ରଦୀପ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିବା ପରେ ଏକ ଆଖାରେ ଭର୍ତ୍ତି କରି ନିଜ ଅଟୋରେ ନେଇ ଜଙ୍ଗଲରେ ଛାଡିଥିଲେ।

ଲଗାତାର ଭାବେ ଗତ କିଛିଦିନ ହେବ ସହରରେ ସାପଗୁଡିକ ଜନବସତି ଆଡକୁ ମୁଁହାଇଛନ୍ତି। ଅଜଗର, ନାଗ, ବୋଡା ସାପ ପ୍ରତିଦିନ ଉଦ୍ଧାର ହେଉଥିବା ପରିଲକ୍ଷିତ ହେଉଛି । ଯାହାକି ଲୋକଙ୍କ ଚିନ୍ତା ବଢାଇଛି।

   Related Posts