Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ଏବେ ୭ଟି ପ୍ରମୁଖ ଅର୍ଥନୈତିକ ଆହ୍ବାନ, ଜାଣନ୍ତୁ କ’ଣ ଓ କାହାକୁ ମିଳିବ ଫାଇଦା

1/06/2019 at 6:52 PM

ଭୁବନେଶ୍ବର୬|୧: ଐତିହାସିକ ବିଜୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ରହିଛି ୭ଟି ଅର୍ଥନୈତିକ ଆହ୍ବାନ। ଭାରତୀୟ ଅର୍ଥନୀତିକୁ ପୁଣି ଥରେ ଦ୍ରୁତ ଅଭିବୃଦ୍ଧି ହାରରେ ଆଗେଇନେବାକୁ ହେଲେ ମୋଦିଙ୍କୁ ୭ଟି  ମୁଖ୍ୟ ଅର୍ଥନୈତିକ ଆହ୍ବାନ ଉପରେ ଧ୍ୟାନ ଦେବାକୁ ହେବ।

୧-ଶ୍ରମ ଆଇନରେ ସଂଶୋଧନ। ନିଯୁକ୍ତି ସୁଯୋଗ ସୃଷ୍ଟିରେ ମାନ୍ଧାତା ଅମଳର ଶ୍ରମ ଆଇନ ଏବେ ବଡ ପ୍ରତିବନ୍ଧକ। ଏଥିରେ ସଂସ୍କାର ଆଣିବା ମୋଦି ସରକାରଙ୍କ ପାଇଁ  ବଡ ଆହ୍ବାନ

୨-ଜମି ଅଧିଗ୍ରହଣ ନିୟମରେ ସଂଶୋଧନ।  ବର୍ତ୍ତମାନ ରହିଥିବା ନିୟମ ବହୁତ ଜଟିଳ ରହିଛି। ବଡ ବଡ ଉଦ୍ୟୋଗ ସ୍ଥାପନାରେ ଏହା ବଡ ସମସ୍ୟା

୩- କର୍ପୋରେଟ ଟିକସକୁ ୨୫ ପ୍ରତିଶତରୁ କମ୍ କରିବା। ମୋଦି ସରକାର ପ୍ରଥମ ପାଳିରେ କର୍ପୋରେଟ ଟିକସ କମାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଯାଏ ତାହା ପୂରଣ ହୋଇନି।

୪-ଘାଟାରେ ଚାଲିଥିବା ରାଷ୍ଟ୍ରାୟତ୍ତ କମ୍ପାନିକୁ ଘରୋଇକରଣ କରିବା। ଏୟାର ଇଣ୍ଡିଆ  ଏବଂ ବାକି ପିଏସୟୁର ଘରୋଇକରଣ।

୫-ଜିଏସଟିର ସରଳିକରଣ। ଏବେ ଜିଏସଟିରେ ଏକାଧିକ ଟିକସ ହାର ରହିଛି। ଏହାର ସରଳିକରଣ ପାଇଁ ଦାବି ହେଉଛି। ତେଣୁ ମୋଦି ସରକାର ଏଥିରେ କଣ ସୁଧାର ଆଣିବେ ତାରି ଉପରେ ରହିବ ନଜର।

୬-ମଲ୍ଟି ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଏଫଡିଆଇକୁ ଅନୁମତି।  ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିବେଶ ପାଇଁ ଏହି କ୍ଷେତ୍ରରେ ଲାଗିଥିବା କଟକଣାକୁ ହଟାଯିବାନେଇ ନିଷ୍ପତ୍ତି ନେବେ କି ?

7- ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧାର… କ୍ଷତିରେ ଚାଲୁଥିବା ବ୍ୟାଙ୍କ ଗୁଡିକର ସମ୍ମିଶ୍ରଣ ନେଇ  ମୋଦି ସରକାର ନିଷ୍ପତ୍ତି ନେବେ କି?

   Related Posts