ଦୁର୍ଗା ମେଢ ବିସର୍ଜନ ବେଳେ ଅଘଟଣ : ନଦୀରେ ବୁଡି ୭ ମୃତ, ୩ ନିଖୋଜ
9/10/2019 at 8:36 AM

ଢୋଲପୁର ୯।୧୦: ରାଜସ୍ଥାନ ଢୋଲପୁର ପାର୍ବତୀ ନଦୀରେ ଦୁର୍ଗା ମେଢ ବିସର୍ଜନ ବେଳେ ଅଘଟଣ ଘଟିଛି । ନଦୀରେ ବୁଡି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି ୩ ଜଣ ନିଖୋଜ ଅଛନ୍ତି । ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏସବିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ମେଢ ବିସର୍ଜନ ବେଳେ ଜଣେ ଯୁବକ ପାଣିକୁ ଡେଇଁଥିଲ ଏବଂ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଯୁବକମାନେ ପାଣିକୁ ଡେଇଁ ପଡିବାରୁ ଏପରି ଅଘଟଣ ଘଟିଥିବା ଢୋଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ରିଲିଫ୍ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।
Related Posts
ରେଷ୍ଟୁରାଣ୍ଟରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
6 March 2021