Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସାନିଟାଇଜର ପିଇ ୭ ଶ୍ରମିକଙ୍କ ମୃତ୍ୟୁ : ଲକ୍‌ଡାଉନ୍‌ ଥିବାରୁ ମିଳିଲାନି ମଦ, ଅମାନିଆ ହୋଇ ପିଇଥିଲେ…

24/04/2021 at 5:41 PM

ମୁମ୍ବାଇ ୨୪/୦୪ : ସାନିଟାଇଜର ପିଇ ୭ ଜଣଙ୍କର ମୃତ୍ୟୁ । ମହାରାଷ୍ଟ୍ରର ୟାବାତମାଲର ଓ୍ବାନୀରେ ସାନିଟାଇଜର ପିଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଶ୍ରମିକମାନେ ମଦ ପିଇବା ପାଇଁ ଖୋଜିଥିଲେ । କିନ୍ତୁ ଦୋକାନ ବନ୍ଦ ଥିବାରୁ ମଦ ମିଳିନଥିଲା । ତେବେ ମଦ ନମିଳିବାରୁ ସେମାନେ ଅମାନିଆ ହୋଇ ସାନିଟାଇଜର ପିଇଥିଲେ । ଯାହାଫଳରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।  

ସାନିଟାଇଜର ପିଇବା ପରେ ଶ୍ରମିକମାନେ ଅସୁସ୍ଥ ହୋଇପଡିଥିଲେ । ପେଟରେ ଭୀଷଣ ଯନ୍ତ୍ରଣା ଏବଂ ବାନ୍ତି ହେବା ଯୋଗୁଁ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି ।

ଏହାକୁ ନେଇ ଓ୍ବାନୀ ପୋଲିସର ତଦନ୍ତକାରୀ ଅଧିକାରୀ ଡି. ବି. ଭାଡିକର କହିଛନ୍ତି ଯେ, ମଦ ଦୋକାନଗୁଡିକ ବନ୍ଦ ଥିବାରୁ ଶ୍ରମିକମାନେ ସାନିଟାଇଜର ପିଇଦେଇଥିଲେ । ପରେ ସେମା​‌ନେ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୭ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଶବ ବ୍ୟବଚ୍ଛେଦ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

   Related Posts