Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଫେରିଲା କରୋନା ଭୟ ! ଏହି ୧୨ଟି ସ୍ଥାନରୁ ଫେରୁଥିବା ଓଡିଆ ପ୍ରବାସୀଙ୍କ ଲାଗି ୭ ଦିନିଆ ଆଇସୋଲେସନ ବାଧ୍ୟତାମୂଳକ

26/02/2021 at 9:19 PM

ଭୁବନେଶ୍ଵର ୨୬।୦୨: ଅନେକ ମାସ ପରେ ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଛି। ଫଳରେ ମହାରାଷ୍ଟ୍ର ସରକାରଙ୍କୁ ନିଜର ଅନେକ ଜିଲ୍ଲାରେ ଲକ୍‌ଡାଉନ୍‌ ଘୋଷଣା କରିବାକୁ ପଡିଛି। ସଂକ୍ରମଣ ଆଶଙ୍କା ଭୟ ଥିବାରୁ ଅନେକ ରାଜ୍ୟ ସରକାର ବାହାରୁ ଆସୁଥିବା ଲୋକଙ୍କ ପାଇଁ ପୁଣି ଥରେ କୋଭିଡ୍ କଟକଣା ଜାରି କରୁଛନ୍ତି। ଏହି କ୍ରମରେ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଓଡିଶା ସରକାର ବଡ ପଦକ୍ଷେପ ନେଇଛନ୍ତି। ଫଳରେ ଓଡିଶାକୁ ପୁଣି ଥରେ ଆଇସୋଲେସନ ଫେରିଛି। ୧୦ ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରୁ ଫେରୁଥିବା ପ୍ରବାସୀଙ୍କ ଲାଗି ଆଇସୋଲେସନ କଟକଣା ଲାଗୁ କରାଯାଇଥିବା ଶୁକ୍ରବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି।

ବିଜ୍ଞପ୍ତି ଅନୁଯାୟୀ ୧୦ ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସୁଥିବା ପ୍ରବାସୀଙ୍କୁ ବାହାରେ ବୁଲିବାକୁ ମନା କରାଯାଇଛି। ଏହି ରାଜ୍ୟଗୁଡିକ  ହେଲେ ମହରାଷ୍ଟ୍ରା, କେରଳ, ତାମିଲନାଡୁ, ଛତିଶଗଡ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ସମେତ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଏବଂ ଚଣ୍ଡିଗଡ ସାମିଲ।

ଏହି ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍କ୍ରିନିଂ କରାଯିବ। ଲକ୍ଷଣ ନଥିଲେ ବି ପ୍ରବାସୀଙ୍କ ଲାଗି ସାତ ଦିନ ହୋମ ଆଇସୋଲେସନ ବାଧ୍ୟତାମୂଳକ କରାଯାଇଛି। ଲକ୍ଷଣ ଥିଲେ ରାପିଡ୍ ଆକ୍ସନ ଟେଷ୍ଟ ହେବ। ଆଇସୋଲେସନ ସମୟରେ ଲକ୍ଷଣ ଦେଖା ହେଲେ ଆରଟି-ପିସିଆର ଟେଷ୍ଟ ହେବ। ଏହି ଟେଷ୍ଟରେ ପଜିଟିଭ୍ ଆସିଲେ ରୋଗୀଙ୍କ କୋଭିଡ୍ ଚିକିତ୍ସା ଆରମ୍ଭ ହେବ।

   Related Posts