Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା

31/08/2020 at 8:32 PM

ନୂଆଦିଲ୍ଲୀ ୩୧।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର  ଅପରାହ୍ନରେ ପରଲୋକ ହୋଇଛି।  ୮୪ ବର୍ଷ ବୟସ୍କ ମୁଖାର୍ଜୀ ନୂଆଦିଲ୍ଲୀସ୍ଥିତ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ ତଥା ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ ଏକ ଟ୍ୱିଟ୍‌ ବାର୍ତ୍ତାରେ ଘୋଷଣା କରିଛନ୍ତି। ପ୍ରଣବଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ପ୍ରଣବଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନ ଜାତୀୟ ଶୋକ ଘୋଷଣା କରିଛନ୍ତି। ଦେଶର ସବୁ ସରକାରୀ ଓ ଘରୋଇ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ରଖାଯିବା ସହ ସମସ୍ତ ସରକାରୀ ଉତ୍ସବ ଓ କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରଣବ ଗତ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମସ୍ତିଷ୍କରେ ଜମାଟ ରକ୍ତ ଅସ୍ତ୍ରୋପଚାର କରାଯାଇଥିଲା।

ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀରେ ରଖି ଚିକିତ୍ସା କରାଯାଉଥିବା ବେଳେ ସେ ଗଭୀର କୋମାକୁ ଚାଲିଯାଇଥିଲେ। ଏଥିରେ ତାଙ୍କର ଫୁସଫୁସ ମଧ୍ୟ ସଂକ୍ରମିତ ହୋଇଥିବାର ଜଣାପଡିଥିଲା। ଏକ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍‌ ତାଙ୍କର ଚିକିତ୍ସା କରୁଥିବା ବେଳେ  ସୋମବାର ଅପରାହ୍ନ ୫ଟା ୪୫ ମିନିଟ୍‌ରେ ତାଙ୍କ ପୁତ୍ର ଟ୍ୱିଟରରେ ପ୍ରଣଙ୍କ ପରଲୋକ ହୋଇଥିବାର ଦେଶକୁ ସୂଚନା ଦେଇଥିଲେ।   

   Related Posts