Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ରାଜଧାନୀରେ ଆଉ ସପ୍ତାହେ ବଢିଲା ଲକଡାଉନ୍

25/04/2021 at 12:12 PM

ନୂଆଦିଲ୍ଲୀ ୨୫/୦୪ : ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବେକାବୁ ହୋଇପଡିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଏପ୍ରିଲ ୨୬ ତାରିଖ, ସୋମବାର ଯାଏଁ ଲକଡାଉନ ଘୋଷଣା କରିଥିଲେ। ତଥାପି ଦିଲ୍ଲୀରେ ସଂକ୍ରମଣ କମିବାର ନାଁ ନେଇନାହିଁ ଯାହା ସରକାର, ପ୍ରଶାସନ ଜନତାଙ୍କ ଚିନ୍ତା ବଢ଼ାଇଛି। ସଂକ୍ରମଣ ବଢି ଚାଲିଲାବେଳେ ହସ୍ପିଟାଲମାନଙ୍କରେ ବେଡ଼ କି ଅକ୍ସିଜେନ ମଧ୍ୟ ଉପଲବ୍ଧ ନାହିଁ। ଅନେକ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଏହିଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଉ ସପ୍ତାହେ ଲକଡାଉନ ବଢାଇବାକୁ ଘୋଷଣା କରିଛନ୍ତି। ରବିବାର ଦିନ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ କରୋନା ପ୍ରକୋପ ଜାରି ରହିଛି। ସେଥିପାଇଁ ଦିଲ୍ଲୀରେ ଲକଡାଉନ ଅବଧି ଆଗାମୀ ସୋମବାର ସକାଳ ୫ଟା ଯାଏଁ ବଢାଯାଉଛି। ଲକଡାଉନ ସମୟରେ ପଜିଟିଭ ହାର ପାଖାପାଖି ୩୬-୩୭ ପ୍ରତିଶତ ଯାଏଁ ପହଞ୍ଚିଛି। ଦିଲ୍ଲୀରେ ସଂକ୍ରମଣ ହାର ଏତେ ଆଗରୁ କେବେ ନଥିଲା ବୋଲି ସେ କହିଛନ୍ତି। ଗତ ଦିନେ-ଦୁଇଦିନ ମଧ୍ୟରେ ସଂକ୍ରମଣ ହାର କିଛି ମାତ୍ରରେ କମିଛି ଓ ଆଜି ୩୦ ପ୍ରତିଶତ ତଳକୁ ଖସିଛି ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୬୭ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ୬୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୭୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୭୬୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ହଜାର ୧୭୨ରେ ପହଞ୍ଚିଛି।

   Related Posts