ଡକାୟତି ଯୋଜନା ପଣ୍ଡ, ୭ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | November 04, 2020 IST

ପୁରୀ ୦୪।୧୧: ପୋଲିସ କବ୍‌ଜାରେ ଡକାୟତ ଗ୍ୟାଙ୍ଗ । ଡକାୟତି ଯୋଜନା କରୁଥିବା ବେଳେ ଏମାନଙ୍କୁ ଧରିଲା ପୋଲିସ । ପୁରୀ ଟାଉନ୍ ଥାନା ପୋଲିସ ୭ଜଣ ଡକାୟତଙ୍କୁ ଗିରଫ କରିଛି ।

ଖବର ଅନୁଯାୟୀ,  ଜଗନ୍ନାଥ ବଲ୍ଲଭ ଠାରେ ଏମାନେ ଡକାୟତି କରିବାକୁ ଯୋଜନା କରୁଥିଲେ । ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା । ସେମାନଙ୍କ ନିକଟରୁ ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏଥିସହ ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ  ଅଭିଯୁକ୍ତ ମାନେ ହେଲେ ଭିମେଶ୍ୱର ସୁବୁଦ୍ଧି, ନୃସିଂହ ସୁବୁଦ୍ଧି, ସୁର୍ଯ୍ୟ ପ୍ରସାଦ ମହାଭୋଇ, ଶ୍ରୀକାନ୍ତ ବେଜ, ଦେବାଶିଷ ବାରିକ, ରାମ କୃଷ୍ଣ ଗୋଛାୟତ ଓ ଭବାନୀ ଶଙ୍କର ରଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.