ଡକାୟତି ଯୋଜନା ପଣ୍ଡ : ୭ ଡକାୟତ ଗିରଫ
11/11/2018 at 10:34 AM

କୋରାପୁଟ ୧୧/୧୧: ଡକାୟତି ଉଦ୍ୟମ ଵେଳେ ୭ ଆନ୍ତଃରାଜ୍ୟ ଡକାୟତଙ୍କୁ କାବୁ କଲା ବୋରିଗୁମ୍ମା ପୋଲିସ।ଏମାନେ ସମସ୍ତେ ଜାତୀୟ ରାଜପଥ ୬୩ରେ ଯାଉଥିବା ଯାତ୍ରୀ ଙ୍କୁ ଲୁଟ କରିଵାକୁ ଉଦ୍ୟମ କରୁଥିଲେ। ଏମାନଙ୍କ ଠାରୁ ଅନେକ ମାରଣାସ୍ତ୍ର ସହ ୨ ଟି ଵୋଲେରୋକୁ ଜଵତ କରିଛି ପୋଲିସ।ଗିରଫ ଡକାୟତଙ୍କ ମଧ୍ୟରେ ୩ ଜଣ ମାଲକାନଗିରିର,୨ ଜଣ କୋଟପଡର ଏଵଂ ଆଉ ୨ ଜଣ ଛତିଶଗଡ଼ର ।ଏମାନେ ସମସ୍ତେ ଡକାୟତି ସହ ଚୋରା ଗଂଜେଇ କାରଵାରରେ ବି ସଂପୃକ୍ତି ଥିଵା କହିଛନ୍ତି ବୋରିଗୁମ୍ମା ଏସଡିପିଓ।ଗିରଫ ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି।