ଚାଲାଣ ରାଶି ଦେଖି ମୁଣ୍ଡ ଆଉଁସିଲେ ଚାଳକ: ଓଭର ସ୍ପିଡ୍ ପାଇଁ କଟିଲା ୭ କୋଟି ୪୬ ଲକ୍ଷ ଟଙ୍କା

Published By : Prameya-News7 Bureau | November 25, 2021 IST

ନୂଆଦିଲ୍ଲୀ ୨୫/୧୧ : ଆପଣ ଏବେ ଯାଏଁ ବଡ ବଡ ଚାଲାଣ ସମ୍ପର୍କରେ ଶୁଣିଥିବେ। କିନ୍ତୁ ଜଣେ ବ୍ୟକ୍ତିଙ୍କର ଲକ୍ଷେ ନୁହେଁ କୋଟିଏ ଟଙ୍କାର ଚାଲାଣ କଟିଥିଲା। ଏକ ମାର୍ସିଡିଜ SLS AMG ର ଚାଳକଙ୍କ ଉପରେ ଓଭର ସ୍ପିଡ଼ ପାଇଁ ଏତେ ବଡ ଚାଲାଣ କଟାଯାଇଥିଲା ଯେ ଚାଲାଣ ରାଶି ଶୁଣି ଆପଣଙ୍କ ହୋସ ଉଡିଯିବ। ମାମଲା ୨୦୧୦ ର। ସ୍ୱିଜରଲ୍ୟାଣ୍ଡରେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କର ଦୁନିଆର ସବୁଠାରୁ ବଡ ଚାଲାଣ କଟାଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ କାରର ସ୍ପିଡ଼ ମିଟର ମଧ୍ୟ ଚାଲୁନଥିଲା। ପୋଲିସ ଜାଣିସାରିଥିଲା ଯେ ଚାଳକ ମଧ୍ୟ ଓଭର ସ୍ପିଡ଼ ସମ୍ପର୍କରେ ଜାଣିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ୧୦ ଲକ୍ଷ ଡଲାର ଅର୍ଥାତ ୭ କୋଟି ୪୬ ଲକ୍ଷ ଟଙ୍କା ଚାଲାଣ କଟାଯାଇଥିଲା।

କାଣ୍ଟନ୍ ଅଫ ଭୁ ପୋଲିସ ଜାଣିବାକୁ ପାଇଲା ଯେ ଚାଳକ ଘଣ୍ଟା ପ୍ରତି ୧୨୫ ମାଇଲ ଅର୍ଥାତ ୧୮୦ କିଲୋମିଟର ସ୍ପିଡ଼ରେ କାର ଚଲାଉଥିଲେ ଯାହା ଧାର୍ଯ୍ୟ ସୀମାରୁ ଅଧିକ ଥିଲା। ସ୍ପିଡ ଧାର୍ଯ୍ୟ ସୀମା ଘଣ୍ଟା ପ୍ରତି ୧୦୫ ମାଇଲ। ସ୍ପିଡ଼ ଲିମିଟ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ଏତେ ବଡ ରାଶିର ଜରିମାନା ଲଗାଇଥିଲା। ସୂଚନା ଅନୁଯାୟୀ, ଏହି ନିୟମ ଉଲ୍ଲଙ୍ଘନ ଯୋଗୁଁ ୩୦୦ ଦିନ ଯାଏଁ ନିୟମିତ ୩୬୦୦ ଡଲାର (ପ୍ରାୟ ୨.୬୮ ଲକ୍ଷ) ଦେବାକୁ ହେବ। ତେବେ ସାମାନ୍ୟ ଓଭର ସ୍ପିଡ଼ରେ ଏତେ ଟଙ୍କା ଚାଲାଣ କଟେନାହିଁ। କିନ୍ତୁ ଘଣ୍ଟା ପ୍ରତି ୧୮୦ କିଲୋମିଟର ସ୍ପିଡ଼କୁ ସେଠାରେ ଅପରାଧିକ କାର୍ଯ୍ୟକଳାପ ବୋଲି କୁହାଯାଏ।

ସୁରକ୍ଷା ନିୟମ ଉଲ୍ଲଙ୍ଘନ କରିଥିବା ଏବଂ କୌଣସି ବଡ ଦୁର୍ଘଟଣାର କାରଣ ଦର୍ଶାଇ ପୋଲିସ ଚାଲାଣ କଟିଥିଲା। ସ୍ପିଡ୍ ରୋମାଂଚିତ କରିଥାଏ କିନ୍ତୁ କୌଣସି ବିଷମ ପରିସ୍ଥିତିରେ ଏହା ଦୁର୍ଘଟଣାର କାରଣ ମଧ୍ୟ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.