ପ୍ରାଇଭେଟ୍ ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ : ୭ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ
30/06/2020 at 10:13 AM

Image Courtesy : middleeasteye
କାଇରୋ ୩୦/୬: ମିଶରର ଏକ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଯିବା ଫଳରେ ୭ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇ ଯାଇଛି। ମିଶରର ଉତ୍ତର ତଟ ନିକଟସ୍ଥ ଆଲେକଜାଣ୍ଡ୍ରିଆରେ ଏକ ଘରୋଇ ହସ୍ପିଟାଲର କରୋନା ଭାଇରସ୍ ଓ୍ବାର୍ଡ଼ରେ ନିଆଁ ଲାଗିଯିବା ଫଳରେ ୬ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି।
ନାଗରିକ ସୁରକ୍ଷା ବିଭାଗ କହିଛନ୍ତି ଯେ ଏହି ନିଆଁ ଶର୍ଟ ସର୍କିଟ କାରଣରୁ ହୋଇଥିଲା। ପୋଲିସ୍ ମାମଲାର ତଦନ୍ତ କରୁଛି,କିନ୍ତୁ ପ୍ରାଥମିକ ରିପୋର୍ଟରୁ ସଙ୍କେତ ମିଳିଛି ଯେ ସର୍ବ ପ୍ରଥମେ ନିଆଁ ଓ୍ବାର୍ଡ଼ର ଏୟାର କଣ୍ଡିସନରରେ ଲାଗିଥିଲା।