Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ରାଜ୍ୟରେ ଏବେ ୭ ଟି ସ୍ଵତନ୍ତ୍ର କୋଭିଡ୍-୧୯ ଡାକ୍ତରଖାନା କାର୍ଯ୍ୟକ୍ଷମ, ରହିଛି ୧୫୪୭ ଶଯ୍ୟା

6/04/2020 at 7:16 PM

ଭୁବନେଶ୍ବର ୦୬.୦୪- ସୋମବାର ଦିନ  ସୋଆ ଡିମଡ୍ ବିଶ୍ବବିଦ୍ୟାଳୟ ଅଧିନସ୍ଥ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍‌ ଏବଂ ସମ ହସପିଟାଲ ପକ୍ଷରୁ କାର୍ଯ୍ୟକ୍ଷମ ହୋଇଛି ଓଡ଼ିଶାର ବୃହତ୍ତମ କୋଭିଡ୍‌-୧୯ ଡାକ୍ତରଖାନା । ଏମସିଏଲ୍‌ ସହଯୋଗରେ ନିର୍ମିତ ଏହି ୫ଶହ ଶଯ୍ୟା ଏବଂ ୨୫ ଆଇସିୟୁ ଶଯ୍ୟା ମିଶାଇ ମୋଟ ୫୨୫ ବେଡ୍‌ର ଏହି ଡାକ୍ତରଖାନା ସାରା ଦେଶରେ ଦ୍ବିତୀୟ ବୃହତ୍ତମ। ରେକର୍ଡ ସମୟରେ କାର୍ଯ୍ୟକ୍ଷମ ହୋଇଥିବା ଏହି କୋଭିଡ୍‌ ୧୯ ହସପିଟାଲ  ରାଜ୍ୟର କୋବିଡ୍‌-୧୯ ବା କରୋନା ମୁକାବିଲା ଦିଗରେ ଏକ ବଡ ସଫଳତା ହେବ ନିଶ୍ଚୟ । ତେବେ ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ  ଏକ ଅନନ୍ୟ ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି ।

 ସମ୍‌ର କୋଭିଡ୍‌ ୧୯ ଡାକ୍ତରଖାନାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ୭ ଟି  ସ୍ବତନ୍ତ୍ର କୋଭିଡ ଡାକ୍ତରଖାନା  କାର୍ଯ୍ୟକ୍ଷମ ହୋଇଛି ବା ପ୍ରତିଷ୍ଠା ହୋଇଛି । ଏହି ଡାକ୍ତରଖାନା ଗୁଡିକରେ ରହିଛି ମୋଟ ୧୫୪୭ ଶଯ୍ୟା । ବିଶ୍ବସ୍ତରୀୟ ଏବଂ ଉନ୍ନତ ଚିକିତ୍ସାର ଦାବି ରଖୁଥିବା ଏହି ଡାକ୍ତରଖାନା ଗୁଡିକରେ ଆଧୁନୀକ ଚିକିତ୍ସା ସୁବିଧା ସହ ଆଇସିୟୁ ବ୍ୟବସ୍ଥା ରହିଛି ।

 ଏହି ୭ ଟି ସ୍ବତନ୍ତ୍ର କୋଭିଡ ହସପିଟାଲ ଗୁଡ଼ିକ ହେଲା, ଅଶ୍ବିନୀ  ହସପିଟାଲ,କଟକ ଟାଟା ହସପିଟାଲ, ଡୁବୁରୀ, ଯାଜପୁର । ଟାଟା ହସପିଟାଲ, ଯୋଡା, କେନ୍ଦୁଝର । କିମ୍ସ, ଭୁବନେଶ୍ବର।ସମ୍ ହସପିଟାଲ, ଭୁବନେଶ୍ବର । ଆଇଡି ହସପିଟାଲ ପୁରୀ ଏବଂ ସନ୍ଦରଗଡ଼ର ରାଉରକେଲାରେ ଥିବା ହାଇଟେକ୍ ହସପିଟାଲ ।ଏହି ହସପିଟାଲ ଗୁଡିକ କରୋନା ଜନୀତ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲାଏବଂ ସଫଳ ଚିକିତ୍ସା ଲାଗି ସମସ୍ତ ପ୍ରସ୍ତୁତି ସହ କାର୍ଯ୍ୟକ୍ଷମ ହୋଇଛି ।

   Related Posts